![om academy](https://koshalaprabahalive.com/wp-content/uploads/2024/05/kkkk.jpg)
- ମାଇଁ ବଲାଙ୍ଗିର ଗ୍ରୀନ ବଲାଙ୍ଗିର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସରକାରୀ ଆୟୁର୍ବେଦିକ କଲେଜ ପରିସରରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ଏସୋସିଏସନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରାଟେ ତଥା ଟାଇକଣ୍ଡୋ କୋଚ ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବଲାଙ୍ଗିର ମ୍ୟୁନିସିପାଲିଟି ଓ ବଲାଙ୍ଗିର ଫରେଷ୍ଟ ଡିଭିଜନ ସହଯୋଗ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବନଖଣ୍ଡ ଅଧିକାରୀ ନିତିଶ କୁମାର ଓ ସମ୍ମାନିତ ଅତିଥି ରୂପେ ପୌରଅଧ୍ୟକ୍ଷା ଲିକା ସାହୁ ଯୋଗଦାନ ଦେଇଥିଲେ । ଏଥିରେ ୫୦ଟି ଔଷଧିୟ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆୟୁର୍ବେଦିକ କଲେଜର ଅଧ୍ୟକ୍ଷ ଅରୁଣ କୁମାର ଦାଶ, ରେଞ୍ଜ ଅଧିକାରୀ କେଶବ କିଶୋର ନାଏକ, ଡ. ନିଗମାନନ୍ଦ ଦାଶ, ଡ. ଶିବବ୍ରତ ବେହେରା ତଥା କରାଟେ ଓ ଟାଇକଣ୍ଡୋ ସଂଘର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମଣ୍ଡଳୀ ଉପସ୍ଥିତ ଥିଲେ ।
![](https://koshalaprabahalive.com/wp-content/uploads/2022/09/WhatsApp-Image-2022-09-18-at-5.43.37-PM.jpeg)