jsm

ଭୀମସାରରେ ସ୍ନାତକୋତ୍ତର ଛାତ୍ରଙ୍କ ଗବେଷଣା କାର୍ଯ୍ୟକ୍ରମ

csstore

ବୁର୍ଲା : ବୁର୍ଲା ଭୀମସାରରେ ସ୍ନାତକୋତ୍ତର ଛାତ୍ରମାନଙ୍କ ପାଇଁ ଗବେଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଯାଇଛି । କାର୍ଯ୍ୟକ୍ରମକୁ ଗତ ୧୨ ତାରିଖରେ ଭୀମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ଏବଂ ଭୀମସାର ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ଦୋରା ଉଦ୍‌ଘାଟିତ କରିଥିଲେ । ୨୦ଟି ସ୍ନାତକୋତ୍ତର ବିଭାଗର ୧୧୨ ଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ । ଡ଼. ସଞ୍ଜିବ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଫେସର ସାଧୁଚରଣ ପଣ୍ଡା, ପ୍ରଫେସର ଭାବଗ୍ରାହୀ ରଥ, ମେଡ଼ିସିନ ବିଭାଗର ପ୍ରଫେସର ପ୍ରଦୀପ କୁମାର ମହାନ୍ତି, ଡ଼. ମମତା ସର, ସ୍ତ୍ରୀ ଓ ପ୍ରସୁତୀ ବିଭାଗର ସହଯୋଗୀ ପ୍ରଫେସର ଡ଼. ଓଯୋସ୍ୱିନୀ ପଟେଲ, ସହଯୋଗୀ ପ୍ରଫେସର ଡ଼ ସାଗ୍ନିକା ତ୍ରିପାଠୀ, ଡ଼. ସୁବ୍ରତ ପ୍ରଧାନ, ଡ଼. କୁଲୱନ୍ତ ଲାକ୍ରା, ଡ଼. ସୁନିଲ ଜେନା, ଡ. ଦେବାଶିଷ ପଣ୍ଡା, ଡ. ଉଦୟନ ନାୟକ, ଡ଼. ପ୍ରତ୍ୟୁଷ ବିଶି, ଡ଼. ନମ୍ରତା ପାଣିଗ୍ରାହୀ ତଥା ଟେକ୍ନିସିଆନ କିଶୋର ନାୟକ, ସୁଜିତ ସ୍ୱାଇଁ, ଜିତୁ କାହ୍ନା ସକ୍ରିୟତାର ସହିତ କାର୍ଯ୍ୟନିର୍ବାହ କରିଥିଲେ । ଗତ ୧୨ ତାରିଖରୁ ଉଦ୍‌ଘାଟିତ ହୋଇଥିବା କାର୍ଯ୍ୟକ୍ରମ ଆସନ୍ତାକାଲି ଉଦ୍‌ଯାପିତ ହେବ ବୋଲି ସୁଚନା ହସ୍ତଗତ ହୋଇଛି ।

yuvodaya
Leave A Reply

Your email address will not be published.