jsm

ମଲମୁଣ୍ଡା ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ : ବିପୁଳ ପରିମାଣର ମହୁଲ ପୋଚ ଏବଂ ମହୁଲି ମଦ ଜବତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଅବକାରୀ ଅଧିକ୍ଷକ ସୁବନ କୁମାର ନାଏକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ବିଭାଗ ତରଫରୁ ଗତକାଲି ଗାଇସିଲେଟ ଥାନା ମଲମୁଣ୍ଡା ସ୍ଥିତ ଜଙ୍ଗଲରେ ଅତର୍କିତ ଭାବରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ଏବଂ ମହୁଲି ମଦ ଜବତ କରାଯାଇଛି । ଅବକାରୀ ବିଭାଗ ଚଢ଼ାଉ ସମୟରେ ସେଠାରେ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ୭୫୦ ଲିଟର ମହୁଲ ପୋଚ ଏବଂ ୧୫୦ ଲିଟର ମହୁଲି ମଦ ଜବତ କରିଥିବା ସୂଚନା ମିଳିଛି । ଏନେଇ ପଦ୍ମପୁର ଅବକାରୀ ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇଛି । ଅବକାରୀ ବିଭାଗର ପଦ୍ମପୁର ରେଂଜ ଇନିସ୍‌ପେକ୍ଟର ସମରଜିତ ଦାଶ, ପଦ୍ମପୁର ଅବକାରୀ ଓଆଇସି ଏଚ ଜଗା ରାଓ, ଏଏସ୍‌ଆଇ ଦେବେନ୍ଦ୍ର ବରିହାଙ୍କ ସମେତ ବିଭାଗୀୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିଲେ ।

yuvodaya
Leave A Reply

Your email address will not be published.