oom

ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣପୋଷାକ ବଣ୍ଟନ

jsmm

ଦମକିପାଲି, (କେପିଏନ୍‌ଏସ୍‌) : ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ ଛାତ୍ରଛାତୀଙ୍କୁ ଗଣପୋଷାକ ବଣ୍ଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ବିଶ୍ୱେଶ୍ୱରୀ ବରିହା ଯୋଗ ଦେଇଥିଲେ । ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଉପସଭାନେତ୍ରୀ ଶ୍ରୀମତୀ ଅହଲ୍ୟା ପ୍ରଧାନ, ମୋହନ ନାଏକ, ସନ୍ତୋଷ ରଣା, ତପସ୍ୱିନୀ ସେଠ, ଲକ୍ଷ୍ମୀ ବରିହା, ଅଙ୍ଗନୱାଡି କର୍ମୀ ଲକ୍ଷ୍ମୀ ତାଣ୍ଡି, ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ, ଶିକ୍ଷକ ସତ୍ୟନାରାୟଣ ସାହୁ, ସ୍ନିଗ୍ଧାମୟୀ ଯୋଶୀ, ଉର୍ବଶୀ ରାଜହଂସ, ଅନୀମା ପଧାନ ସହଯୋଗ କରିଥିଲେ । ଶିକ୍ଷକ ଦେବରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.