pakka

କଂଟାବାଂଜି ଏନଏସିସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନଏସିସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଶନିବାର ଦିନ ସ୍ଥାନୀୟ ନୋଡାଲ ସ୍କୁଲ ପରିସରରେ ହୋଇଯାଇଛି । କାର୍ଯ୍ୟକ୍ରମଟିକୁ ଏନଏସି ନଗରପାଳ ବରିୟାମ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଶ୍ରୀମତୀ ମନୋରମା ରାଉତ, ଏନଏସି ନିର୍ବାହୀ ଅଧିକାରୀ ନିରଂଜନ ଧଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ୱାଳ ସହ କାଉନସିଲର ଲଲିତ ଅଗ୍ରୱାଲ ମଂଚାସୀନ ଥିଲେ । ଏହି ଶିବିରରେ ୨୭୨ ଜଣ ଶାରୀରିକ ବିକଳାଙ୍ଗ, ୬୩ ଜଣ ଚକ୍ଷୁ ବାଧିତା ରୋଗୀ, ୩୨ ଜଣ ମାନସିକ ବିକାରଗ୍ରସ୍ତ, ୭୨ ଜଣ ଶବଚ୍ଚ ବାଧିତ ଓ ଅନ୍ୟାନ୍ୟ ୪୬ ଜଣଙ୍କୁ ଚିହ୍ନଟ କରିବା ସହି ପରୀକ୍ଷା କରାଯାଇଛି । କାର୍ଯ୍ୟକ୍ରମଟିକୁ ଏନଏସି କମ୍ୟୁନିଟି ଅର୍ଗାନାଇଜ୍‌ର ସୋହେଲିକା ନନ୍ଦ, ଅଜୟ କୁମାର ବାଗ, ବୈଦ୍ୟନାଥ ଖମାରି, ଅନିଲ ବେହୁରିଆ, ସ୍ୱଚ୍ଛସାଥୀ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ ସହ ଅନ୍ୟ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

5 × 2 =