pakka

ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି ଅଙ୍ଗନୱାଡି କେନ୍ଦ୍ର : ସାଧାରଣରେ ଅଭିଯୋଗ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦରମହକୁମା ଥାନା ସମ୍ମୁଖରେ ଥିବା ଅଙ୍ଗନୱାଡି(କ)କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । କେନ୍ଦ୍ରଟି ବ୍ଲକ ସଦରମହକୁମାରେ ଥିଲେ ସୁଦ୍ଧା ଏହି କେନ୍ଦ୍ର ପ୍ରତି ବିଭାଗୀୟ ଅଧିକାରୀ, ବିଡିଓ ତଥା ସୁପରଭାଇଜରଙ୍କ ଅବହେଳା ଯୋଗୁଁ ଛାତ୍ରଛାତ୍ରୀ ବିପଦ ସଙ୍କୁଳ ଅବସ୍ଥାରେ ଅଧ୍ୟୟନ କରୁଥିବା ଅଭିଯୋଗ ହେଉଛି । କେନ୍ଦ୍ରର ପାଚେରୀ ନ ଥିବାରୁ ଚାରିପଟେ ଅନାବନା ଗଛଲତା ହୋଇଥିବା ବେଳେ ବିଭିନ୍ନ ସମୟରେ ସରୀସୃପ, ଗାଈ ଗୋରୁ ଗୁଡିକ କେନ୍ଦ୍ର ଭିତରକୁ ପଶୁଥିବା ଅଭିଯୋଗ ହେଉଛି । ଏପରିକି ତୁରେକେଲା ଘୁନେଶ ମୁଖ୍ୟ ସଡକ ହୋଇଥିବାରୁ ନିୟମିତ ଯାନବାହାନ ଯାତାୟତ ଯୋଗୁଁ କୁନି କୁନି ଛାତ୍ରଛାତ୍ରୀ ସୁରକ୍ଷିତ ନୁହନ୍ତି । କେନ୍ଦ୍ରଟି ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିର୍ମାଣ ପରଠାରୁ କୌଣସି ଯୋଜନାରେ ସାମିଲ କରି ପାଚେରୀ ନିର୍ମାଣ କରାଯାଇ ନାହିଁ । କେନ୍ଦ୍ରରେ ଅଧ୍ୟୟନରତ କୁନି କୁନି ଛାତ୍ରଛାତ୍ରୀ ଅସୁରକ୍ଷିତ ଥିବାରୁ ପାଚେରୀ ନିର୍ମାଣ ପାଇଁ ସଦର ପଂଚାୟତ ସମିତି ସଭ୍ୟ ପ୍ରମୋଦ ମହାପାତ୍ର ଦାବୀ କରିବା ସହିତ ପରବର୍ତ୍ତୀ ପଂଚାୟତ ସମିତି ମିଟିଙ୍ଗରେ ଅଭିଯୋଗ ଆଣିବେ ବୋଲି ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

thirteen − 12 =