centurian jitm

ମହିଳା ଏସିଏସ୍‌ଓଙ୍କୁ ଯୌନ ନିର୍ଯ୍ୟାତନା ଘଟଣା : ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ଆଦିବାସୀ ମହାସଂଘ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯୋଗାଣ ବିଭାଗରେ ମହିଳା ଏସିଏସ୍‌ଓ ପୁଷ୍ପା ଦାସଙ୍କୁ ମାନସିକ ଓ ଯୌନ ନିର୍ଯ୍ୟାତନା ଘଟଣାରେ ପ୍ରଶାସନିକ ଅବହେଳା ପ୍ରତିବାଦରେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛି । ଆଦିବାସୀମାନେ ଅଭିଯୋଗ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ ତାଙ୍କ ଅଧିନରେ କାମ କରୁଥିବା ମହିଳା ଏସିଏସ୍‌ଓ ପୁଷ୍ପା ଦାସଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇଥିବା ତଥା ଜାତିଆଣ ଆକ୍ଷେପ କରିଥିବା ଟାଉନଥାନାରେ ଅଭିଯୋଗ ହୋଇଛି । କିନ୍ତୁ ଅଭିଯୋଗକୁ ଏକମାସ ବିତିଯାଇଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଗତ କିଛିଦିନ ତଳେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଏସ୍‌ପିଙ୍କୁ ଭେଟି ଅଭିଯୁକ୍ତକୁ ଗିରଫ କରିବାକୁ ଦାବୀ କରିଥିଲେ । କିନ୍ତୁ ତଥାପି ପୋଲିସ ପଦକ୍ଷେପ ନ ନେବାରୁ ଆଜି ଆଦିବାସୀ ମହାସଂଘ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ । ଶହ ଶହ ସଂଖ୍ୟାରେ ଆଦିବାସୀମାନେ ତାଙ୍କର ପାରଂମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ସ୍ଥାନୀୟ ଯାଦବ ଭବନଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଦୀର୍ଘସମୟ ଧରି ଘେରାଉ କରିଥିଲେ । ପରେ ଜିଲ୍ଲାପାଳ ଚଞ୍ଚଳ ରାଣା ଆନ୍ଦୋଳନକାରୀଙ୍କୁ ଡାକି ଆଲୋଚନା କରିଥିଲେ । ଆଦିବାସୀ ସଂଘର କାର୍ଯ୍ୟକାରୀ ସଭାପତି ବନଲତା ମାଝୀ, ଗିରିରାଜ ଭୋଇ, ସନ୍ତୋଷ ପୁଟା, ଶରତଚନ୍ଦ୍ର ସିଂଭୋଇ, ଚକ୍ରଧର ଜାନୀ, ସୁଲୋଚନା ମଲ୍ଲିକ, ନିମେଇଁଚରଣ ଝାଙ୍କର, ବିଶିକେସନ ମିର୍ଦ୍ଧା, ମନବୋଧ ବରିହା, ଭକ୍ତ ବରିହା, ଅଚ୍ୟୁତ ବରିହା, ବିକ୍ରମ ଭୋଇ, ପାଲେଶ୍ୱର ଭୋଇ, ଧବଳେଶ୍ୱର ଭୋଇ, ଶିବ ବରିହା, ସୁରଥ ଧରୁଆ, ଥବୀର ପୂଜାରୀ, ରାଜା ମାଝୀ, ମାହେଶ୍ୱରୀ ଭୋଇ, ପଦ୍ମିନୀ ଭୁଏ, ବୁଧ ମାଝୀ, ଘନଶ୍ୟାମ ବୁଡେକ, ପୂର୍ଣ୍ଣାନନ୍ଦ ଭୁଏ, ଭଗବତୀ ବର୍ଗେ, ସୁମିତ୍ରା ବରିହା, ସୀତା ଭୋଇ, ଉର୍ବସୀ ଭୁଏ, ମିଥିଲା ପାତ୍ର, ଯଶୋଦା ମାଝୀ, ଆଲ୍ଲାଦିନୀ ମାଝୀଙ୍କ ନେତୃତରେ ଶତାଧିକ ପୁରୁଷ ଓ ମହିଳା ଏହି ଘେରାଉରେ ସାମିଲ ଥିଲେ । ଆଲୋଚନା କାଳରେ ଜିଲ୍ଲାପାଳ ଚଞ୍ଚଳ ରାଣା ରାଜ୍ୟସଭା ସାଂସଦଙ୍କୁ କହିଥିଲେ ଯେ, ଅଭିଯୋଗ ଉପରେ ଲୋକାଲ କମ୍ପ୍ଲେନ କମିଟି ତଦନ୍ତ କରି ରିପୋର୍ଟ ଦେଇସାରିଛି । ସେହି ରିପୋର୍ଟକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି । ରାଜ୍ୟ ସରକାର ଯାହା ନିର୍ଦ୍ଦେଶ କରିବେ ସେହି ହିସାବରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

Leave A Reply

Your email address will not be published.