pakka

ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ଲଗାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବିଦ୍ୟାଳୟ ଅଧ୍ୟକ୍ଷ ବିରଜା ପ୍ରସାଦ ଦଳପତି ସଭାପତିତ୍ୱ କରିଥିବା ବେଳେ ଓଡିଆ ଅଧ୍ୟାପକ ବିକାଶ ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ତାପନ ସଂପର୍କରେ ଅବଗତ କରାଇବା ସହିତ ପରିବେଶ ସୁରକ୍ଷା ଦିଗରେ ସମସ୍ତଙ୍କୁ ସଚେତନ କରାଇ ବୃକ୍ଷ ରୋପଣ ଓ ସଂରକ୍ଷଣ କରାଇବାକୁ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷ ବିରଜା ପ୍ରସାଦ ଦଳପତି ବିଶ୍ଵ ତାପନ ଯୋଗୁ ପୃଥିବୀରେ ଜଳବାୟୁ ପରିବର୍ତ୍ତନ ହେବା ସହ ଏହାର କୁପ୍ରଭାବ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅଁଳା, ପଣସ ଚାରା ବଣ୍ଟନ କରାଯାଇଥିଲା ଓ ନିଜ ଜାଗାରେ ବୃକ୍ଷ ରୋପଣ କରି ସୁରକ୍ଷିତ ରଖିବାକୁ ଅନୁରୋଧ କରାଯାଇଥିଲା । ସଂସ୍କୃତ ଅଧ୍ୟାପକ ରମେଶ ସାହୁ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଉତ୍ପଳ ସାହୁ ଓ ଅଧ୍ୟାପକ ଅମିତ ସାହୁ ସହଯୋଗ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

jay balangir
Leave A Reply

Your email address will not be published.

fifteen − fourteen =

error: Content is protected !!