jsm

ବରଗଡ ବରାହଗୁଡା ଫାଷ୍ଟଟ୍ରେକକୁ ଭାଙ୍ଗିଲା ଓକିଲ ସଂଘ

csstore

ବରଗଡ, (ନିରୋଜ କୁମାର ପାଣୀ) : ବରାହଗୁଡ଼ା ଗ୍ରାମକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତାରେ ବେଆଇନ ଭାବେ ଲଗାଯାଇଥିବା ଫାଷ୍ଟଟ୍ରେକକୁ ଆଜି ଭାଙ୍ଗିଦେଲେ ଆନ୍ଦୋଳନକାରୀ ଓକିଲମାନେ । ଅଶୋକା ବିଳିକନ ବରଗଡ଼ରେ ନିମ୍ନ ମାନର ୪ ଲେନ ରାସ୍ତା ନିର୍ମାଣ କରିଥିବା ବେଳେ ବରାହଗୁଡ଼ା ଠାରେ ବେଆଇନ ଭାବେ ଟୋଲ ପ୍ଲାଜା ନିର୍ମାଣ କରି ଜନସାଧାରଣଙ୍କ ଠାରୁ ଟୋଲ ଟେକ୍ସ ଅସୁଳି କରୁଥିବା ବେଳେ ବରାହଗୁଡ଼ା ଆରଡି ରୋଡ଼ରେ ଯାତାୟତ କରୁଥିବା ଗାଡ଼ିମାନଙ୍କ ଠାରୁ ମଧ୍ୟ ଫାଷ୍ଟଟ୍ରେକ ଜରିଆରେ ବେଆଇନ ଟେକ୍ସ ସଂଗ୍ରହ କରିଆସୁଥିଲା । ତେବେ ଆଜି ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇ ବରାହଗୁଡ଼ା ଗ୍ରାମକୁ ସଂଯୋଗ କରୁଥିବା ଆର୍‌ଡି ରୋଡ଼ରେ ଲାଗିଥିବା ଫାଷ୍ଟଟ୍ରେକ ମେସିନକୁ ଭଙ୍ଗାଗଲା । ଓକିଲ ସଂଘର ଏପରି ପଦକ୍ଷେପକୁ ବରଗଡ଼ବାସୀ ପ୍ରଶଂସା କରିଛନ୍ତି ।

yuvodaya
Leave A Reply

Your email address will not be published.