jsm

ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ବୁଷ୍ଟର ଡୋଜ କାର୍ଯ୍ୟକ୍ରମ ଉଦ୍‌ଯାପିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଦ୍ୱାରା ସମର୍ଥିତ ମାଗଣା ବୁଷ୍ଟର ଡୋଜ୍ କାର୍ଯ୍ୟକ୍ରମ ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ନିଜସ୍ୱ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ୧୫୧ ଜଣ ଟୀକା ନେଇଛନ୍ତି । ଏହି ଅବସରରେ ଅତିଥି ଭାବରେ ଆର୍‌ଟିଡି ହୋମିଓପାଥି ଡା. ଗୋଦାବରିଶ ରଥ ଏବଂ ସିଡବ୍ଲୁସି ମେମ୍ବର, ଅଜିତ ପଟ୍ଟନାୟକ ଆର୍‌ଟିଡି ଜିଏମ୍‌ ଓଏସ୍‌ସିବି ଏବଂ ୱାର୍ଡ ନଂ ୨୧ କାଉନ୍‌ସିଲର୍‌ ଶ୍ରତୁଘ୍ନ ବାଗ୍ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ସମସ୍ତଙ୍କୁ କେଭିଡ୍‌-୧୯ର ପ୍ରଥମ ଡୋଜ୍ ଯେପରି ଗୁରୁତ୍ୱପୂର୍ଣ୍ଣ ଏହି ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତେଣୁ ଯେଉଁମାନେ ଏହା ନେଇ ନାହାନ୍ତି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ବା ଟୀକାକରଣ କେନ୍ଦ୍ରକୁ ଯାଇ ଟୀକା ନିଅନ୍ତୁ ବୋଲି ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ପ୍ଲାଷ୍ଟିକ୍ ବର୍ଜ୍ଜନ ଏବଂ ବୃକ୍ଷ ରୋପଣକୁ ଗୁରୁତ୍ୱ ଦେଇ ନିମନ୍ତ୍ରିତ ଅତିଥିମାନଙ୍କୁ ମାଟିରେ ତିଆରି ଗମଲାରେ ଗୋଟିଏ ଗୋଟିଏ ଗଛ ପ୍ରଦାନ କରି ସଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଥିଲା । ଆପଣ ସମସ୍ତଙ୍କୁ ମଧ୍ୟ ଅନୁରୋଧ ଆପଣ ମାନେ ମଧ୍ୟ ପ୍ଲାଷ୍ଟିକ୍ ବର୍ଜ୍ଜନ କରି ମାଟି କାମ ହେଉ କିମ୍ବା ବୃକ୍ଷ ରୋପଣ ହେଉ ଏଭଳି ବିଷୟକୁ ଗୁରୁତ୍ୱ ଦିଅନ୍ତୁ ଯାହା ଆମ ପାଇଁ ତଥା ଆମ ପରିବେଶ ପାଇଁ ଉପଯୁକ୍ତ ବୋଲି ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ସରିତା ଦାଶ, ନୂତନ ସେନ୍ଦ୍ରିଆ, ଅଙ୍କିତା ମହାନ୍ତି, ଜଗଡମ୍ବା ନାୟକ, ପ୍ରିୟଙ୍କା, ନିବେଦିତା ଜନ, ନୂତନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.