lika

ଉତ୍ତମ ସ୍ୱାସ୍ଥ୍ୟ ହିଁ ପରିବେଶ ସୁରକ୍ଷାର ରକ୍ଷା କବଚ

gbag

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଆଜି ବୋଲକଣା, ଡେଲାଙ୍ଗ, ପୁରୀ ପରିସରରେ ସ୍ୱାସ୍ଥ୍ୟ ସଚେତନତା ଶିବିର ପରିବେଶ ବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କ ତତ୍ଵାବଧାନରେ ଆୟୋଜିତ ହୋଇଯାଇଅଛି । ମୁଖ୍ୟଅତିଥି ଭାବେ ଏ. ଏନ.ଏମ. ଦିଦି କୌଶଲ୍ୟା ଦେଇ “ସବୁଜ ଡେଲାଙ୍ଗ ଟ୍ରଷ୍ଟର “ଉତ୍ତମ ସ୍ୱାସ୍ଥ୍ୟ ହିଁ ପରିବେଶ ସୁରକ୍ଷାର ରକ୍ଷା କବଚ’ ଲୋକାର୍ପଣ କରି ସ୍ୱାସ୍ଥ୍ୟ ସଚେତନତା ଉପରେ ବିଷଦ ଆଲୋଚନା କରିଥିଲେ । ବିଶେଷକରି କରୋନାକୁ “ନା ‘, ଡେଙ୍ଗୁ ରୋଗର ବିଲୋପ, ଏଡିସ ମଶା ବଂଶଲୋପ, ମ୍ୟାଲେରିଆ ନିରାକରଣ, ବାୟୁ ପ୍ରଦୂଷଣ ଜନିତ ରୋଗର ବିଲୋପ, ଜଳବାୟୁର ଅସ୍ୱାଭାବିକ ପରିବର୍ତନ, ବୃକ୍ଷ ରୋପଣ, ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ପ୍ରକୃତିପ୍ରେମୀ ହୃଷୀକେଶ ପାଢ଼ୀଙ୍କର ଅଭିଯାନକୁ ଭୁୟସୀ ପ୍ରଂଶସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡି ଦିଦି ମମତା ପ୍ରଧାନ ଓ ବିଷ୍ଣୁପ୍ରିୟା ପରିଡା, ଆଶାକର୍ମୀ ହୁଲ୍ଲାସିନି ଦାସ, ସଭ୍ୟା ଅନନ୍ୟା ଗୀତିରେଖା ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଆଇନଜୀବୀ ହୃଷୀକେଶ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

sandip
Leave A Reply

Your email address will not be published.