oom

କୋକଡୁଙ୍ଗରିଠାରେ ପଞ୍ଚସଖା ସତ୍‌ସଙ୍ଗ କମିଟିର ନୂତନ କର୍ମକର୍ତ୍ତା ଚୟନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ନିକଟସ୍ଥ କୋକଡୁଙ୍ଗରିଠାରେ ପଞ୍ଚସଖା ସତ୍‌ସଙ୍ଗ କମିଟିର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସହ ଗିରିଗୋବର୍ଦ୍ଧନ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚସଖା ସତସଙ୍ଗ କମିଟିର ପ୍ରତିଷ୍ଠାତା ସତ୍ୟନାରାୟଣ ଭୋଇ ଓ ଚମ୍ପେଶ୍ୱର ନାଗଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦର ସଭାପତି ଡଃ ନାରାୟଣ ମିଶ୍ର ଯୋଗ ଦେଇଥିଲେ । ପରେ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ବଳିୟାର ମାଝୀ, ଉପସଭାପତି ଭାବେ ଶଙ୍କର ତାଣ୍ଡି, ସମ୍ପାଦକ ମାଲିକ ମହାକୁର, ସହ ସମ୍ପାଦକ କପିଳାସ ଭୋଇ, କୋଷାଧ୍ୟକ୍ଷ ଭାବେ ମହାଦେବ ଟାହାଣି, ସଂଯୋଜକ ଦେବରାଜ ଲୁହା, ମିଡିଆ ସେଲ ଯୁଧିଷ୍ଠିର ପୁଟେଲ ଉପଦେଷ୍ଟା ମଣ୍ଡଳୀରେ ଦିଗସନ ଭୋଇ, ପୁରୁଷୋତ୍ତମ ଟାହାଣୀ, ପଦମ ପୁଟେଲ, କାର୍ଯ୍ୟକାରୀ ସଦସ୍ୟ ପୂର୍ଣ୍ଣ ଟାହାଣୀ, ସୁରେଶ ଭୋଇ, ତେଜୁରାମ ବାଗ, ରାୟଧର ମହାକୁର, ଶରତ ଚନ୍ଦ୍ର ଅମାତ, ମୋହନ ଗହୀର, ନାରାୟଣ ନାଗ, ପ୍ରସାଦ ଭୋଇ, ନରେନ୍ଦ୍ର ଯାନୀ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଆସନ୍ତା ନଭେମ୍ବର ୨୬ ତାରିଖରେ ଗିରିଗୋବର୍ଦ୍ଧନ ପୂଜା ପାଇଁ ମହାସମରୋହରେ ଆୟୋଜନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିରେ ସଦସ୍ୟ ବ୍ରାହ୍ମଣ ତାଣ୍ଡି, ଆନନ୍ଦ ଯାନୀ, କବିରାଜ ଖମାରି, ନୃପ ଯାନୀ, ରଥ ଭୋଇ ପ୍ରମୁଖଙ୍କ ସହ ବହୁ ସଦସ୍ୟ ମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.