ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବୀ

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡର ଖାଲପାଳଠାରୁ ତାଳଚେର ରାଜନଅର ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ଉପରେ ଏକ ପୋଲ ନିର୍ମାଣ ସକାଶେ ପୂର୍ବତନ ବିଧାୟକ ବିଭୂଦେନ୍ଦ୍ର ପ୍ରତାପ ଦାସ ଦାବୀ କରିଛନ୍ତି । କାମାକ୍ଷାନଗର ଉପଖଣ୍ଡର ଖାଲପାଳ ଦେଇ ତାଳଚେର ଉପକଣ୍ଠର ରାଜନଅର ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କରାଗଲେ ସରାଙ୍ଗଠାରେ ଥିବା ପୋଲ ଉପରେ ଟ୍ରାଫିକ ସମସ୍ୟା ଦୂରିଭୂତ ହୋଇପାରିବ । ଏତଦ୍‌ ବ୍ୟତୀତ ତାଳଚେରରୁ କାମାକ୍ଷାନଗର ସିଧାସଳଖ ଭାବେ ଯାତାୟାତ ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ବିଧାୟକ ଶ୍ରୀ ଦାସ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାଇ ମଲ୍ଲିକଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଖାଲପାଳଠାରୁ ତାଳଚେର ରାଜନଅର ପର୍ଯ୍ୟନ୍ତ ସରକାରୀ ସ୍ତରରେ ଏକ କୋଟି ଟଙ୍କା ମଂଜୁର କରାଯାଇଥିବାର ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିବାର ପୂର୍ବତନ ବିଧାୟକ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.