ବିଜେପୁର ଗଞ୍ଜେଇଭାଟି ଛକରେ ଦୁର୍ଘଟଣା : ୧୬ ବର୍ଷିଅ ଛାତ୍ରୀ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବିଜେପୁର ଗଞ୍ଜେଇଭାଟି ଛକରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ୧୬ ବର୍ଷିଅ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବିଜେପୁରର ଐତିହାସିକ ଅନନ୍ତବ୍ରତ ମହୋତ୍ସବ ଦେଖିବାକୁ ଆସିଥିବା ସୁନିତା ମେହେର ନାମ୍ନୀ ଜଣେ ୧୬ ବର୍ଷିଅ ଝିଅ ନିଜ ମାମୁଁ ଘରକୁ ଆସିଥିଲେ । ଆଜି ସକାଳ ୯ ଘଟିକା ସମୟରେ ପଦ୍ମପୁର ପଟରୁ ଟ୍ରକ ନଂ-OD-17N-5015 ଏକ ୧୬ ଚକିଆ ମାଲବୋଝେଇ ଟ୍ରକ ଆସୁଥିବା ବେଳେ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ସ୍ଥାନୀୟ ବିଜେପୁର ଗଞ୍ଜେଇଭାଟି ଛକଠାରେ ଏକ ସ୍କୁଟିରେ ମୁଖ୍ୟ ରାସ୍ତା ଦେଇ ଝିଅଟି ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଝିଅଟି ଗୁରୁତର ଥିବା କାରଣରୁ ସ୍ଥାନୀୟ ଯୁବକମାନେ ତତ୍‌କ୍ଷଣାତ ବରଗଡ ଖେଦାପାଲି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ହେଲେ ଝିଅର ସ୍ୱାସ୍ଥ୍ୟାବସ୍ଥା ସାଂଘାତିକ ହେବା କାରଣରୁ ତୁରନ୍ତ ବୁର୍ଲା ଭୀମସାର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଦୁର୍ଘଟଣା ପରେ ସ୍ଥାନୀୟ ଛକରେ ଉତ୍ତେଜନା ଦେଖାଦେବାରୁ ଥାନା ଅଧିକାରୀ ସନୟ ନାଏକ ତାଙ୍କ ଟିମ୍‌ଙ୍କ ସହ ଉତ୍ତେଜନା ସ୍ଥଳକୁ ଆସି ଲୋକଙ୍କ ସହ ବୁଝାମଣା ସମୟରେ କେତେକ ଅସାମାଜିକ ଯୁବକ ପୋଲିସ ସହ ଧସ୍ତାଧସ୍ତି ହେବା ସହ ପୋଲିସ ଉପରକୁ ହାତ ଉଠାଇବା ଫଳରେ ପୋଲିସ ବାଧ୍ୟ ହୋଇ ମୃଦୁ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲେ । ତେବେ ସ୍ଥାନୀୟ ଲୋକେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

jittmm
Leave A Reply

Your email address will not be published.