pakka

ରାମକୃଷ୍ଣ ମିଶନ ପକ୍ଷରୁ ବନ୍ୟା ବିପନ୍ନ ପରିବାରଙ୍କୁ ବସ୍ତ୍ର ବଣ୍ଟନ

bbehera

ବାଙ୍କୀ : ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ମିଶନ ପକ୍ଷରୁ ମଙ୍ଗଳବାର ସକାଳେ ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା ଏବଂ ହରିରାଜପୁର ପଞ୍ଚାୟତର ଯୋରକୂଳ ଗ୍ରାମରେ ବନ୍ୟା ବିପନ୍ନ ପରିବାରଙ୍କୁ ରିଲିଫ୍ ସହାୟତା ଭାବରେ ବସ୍ତ୍ର ବଣ୍ଟନ କରାଯାଇଛି । ପ୍ରଥମେ ଶୁଖୁଆଖଳା ଗ୍ରାମରେ ବିବେକାନନ୍ଦ ଷ୍ଟଡି ସର୍କଲର କାର୍ଯ୍ୟକର୍ତ୍ତା, ଛାତ୍ର ଓ ଶୁଭେଚ୍ଛୁଙ୍କ ସହଯୋଗରେ ସଞ୍ଚାଳିତ ରିଲିଫ୍ ସହାୟତାକୁ ରାମକୃଷ୍ଣ ମିଶନ ପକ୍ଷରୁ ସ୍ୱାମୀ ଅଦ୍ୱେୟାନନ୍ଦ ମହାରାଜ, ସ୍ୱାମୀ ଜ୍ଞାନାତିତାନନ୍ଦ ମହାରାଜ, ପରମେଶ୍ୱର ଧଳ ଓ ମାଧବାନନ୍ଦ ନାଥ ଶର୍ମା ସ୍ୱହସ୍ତରେ ବିପନ୍ନ ପରିବାରଙ୍କୁ ଶାଢୀ, ଧୋତି ଓ ଗାମୁଛା ପ୍ରଦାନ କରିଥିଲେ । ବନ୍ୟା ପରେ ରିଲିଫ୍‍ ସାମଗ୍ରୀ ଭାବରେ ବସ୍ତ୍ର ପାଇଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ରାମକୃଷ୍ଣ ମିଶନର ସହଯୋଗକୁ କୃତଜ୍ଞତା ଜଣାଇଛନ୍ତି । ସମାଜସେବୀ ନକୂଳ ପ୍ରଧାନ, ବାବୁଲି ଦଳେଇ, ଚକ୍ରଧର ବେହେରା, ବିଜୟ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗ୍ରାମର ସମସ୍ତ ୧୭୬ ପରିବାରଙ୍କୁ ଏହି ସହାୟତା ପ୍ରଦାନ କରାଯାଇଥିଲା ବେଳେ ପରେ ପରେ ଜୋରକୂଳ ଗ୍ରାମରେ ଏକ ଶହ ପରିବାରଙ୍କୁ ମଧ୍ୟ ରମକୃଷ୍ଣ ମିଶନ ପକ୍ଷରୁ ବସ୍ତ୍ର ବଣ୍ଟନ କରାଯାଇଛି ।

jay balangir
Leave A Reply

Your email address will not be published.

sixteen − 14 =