ସାପ କାମୁଡାରେ ୩ ବର୍ଷୀୟ ଶିଶୁଙ୍କ ମୃତ୍ୟୁ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ପଞ୍ଚାୟତ ଗଞ୍ଜାବାହାଲ ଗାଁରେ ଆଜି ଏକ ସାପ କାମୁଡିବାରୁ ତିନି ବର୍ଷର ଝିଅ ରୂପାଲି ସଗ୍ରିଆ ନାମକ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଖଡିଆଲ ଡାକ୍ତରଖାନାରେ ଭତ୍ତି କରାଯାଇଥିବା ବେଳେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭତ୍ତି କରାଯାଇଥିଲା । ପରେ ଡାକ୍ତର ଚିକିତ୍ସିତ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ତାଙ୍କ ବାପା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ମା’ ସହ ଏ ଝିଅ ରହୁଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ଫଳରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.