oom

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ବୁଷ୍ଟର ଭେକ୍‌ସିିନ ଡୋଜ୍‌ ପ୍ରୋଗ୍ରାମ ଆୟୋଜିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପ୍ରଯୋଜନା ଓ ବଲାଙ୍ଗିର ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ବୁଷ୍ଟର ଭେକ୍‌ସିିନ ଡୋଜ୍‌ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଏବଂ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗଙ୍କ ସମତେ ବିଷ୍ଣୁ କେଡ଼ିଆ ଓ ମନୋଜ ଜୈନ୍ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୭୦ ଜଣ ଆସି ବୁଷ୍ଟର ଭେକ୍‌ସିିନ ଡୋଜ୍‌ ନେଇଛନ୍ତି । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ପ୍ଲାଷ୍ଟିକ୍ ବର୍ଜ୍ଜନ ଏବଂ ବୃକ୍ଷ ରୋପଣକୁ ଗୁରୁତ୍ୱ ଦେଇ ନିମନ୍ତ୍ରିତ ଅତିଥି ମାନଙ୍କୁ ମାଟିରେ ତିଆରି ଗମଲାରେ ଗୋଟିଏ ଗୋଟିଏ ଗଛ ପ୍ରଦାନ କରି ସଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଥିଲା । ଏଥିରେ ନାରୀ ଶକ୍ତି ଫାଉଣ୍ଡେସନର ସଦସ୍ୟା ସରିତା ଦାଶ, ନୂତନ ଦାଶ, ସନ୍ତୋଷିନୀ ବେହେରା, ମମତା ଜେନା, ନୂତନ ସେନ୍ଦ୍ରିଆ, ଅଙ୍କିତା ମହାନ୍ତି, ଜଗଦମ୍ବା ନାଏକ, ଅଞ୍ଜଳି ବିଶି, ପାରିଜାତ, ପ୍ରିୟଙ୍କା, ସୈଳେନ୍ଦ୍ରି, ଅନ୍ନପୂର୍ଣ୍ଣା, ମଞ୍ଜରୀ, ରେବତୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.