oom

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ନୂତନ ସଭ୍ୟାମାନଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ସେମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ସଂଘର ବରିଷ୍ଠ ସଭ୍ୟ ମନୋରଂଜନ ମିଶ୍ର ନୂଆଁଖାଇ ଭେଟ୍‌ଘାଟ୍‌ ବିଷୟରେ ପ୍ରସ୍ତାବ ଆଗତ କରଥିଲେ । ଏହି ବିଷୟ ଉପରେ ଆଲୋଚନା କରାଯାଇ ଆସନ୍ତା ୯/୧୦/୨୦୨୨ ତାରିଖରେ ଭୁଲିଆ ମେହେର ଭବନଠାରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ନାରୀ ସଦସ୍ୟତା ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା । ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମେଡିକାଲ ଏଲାଉନ୍ସ ପ୍ରଦାନ ଏବଂ ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସରକାରଙ୍କଠାରେ ଦାବୀ ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଅନ୍ୟତମ ବରିଷ୍ଠ ସଭ୍ୟ ପ୍ରଭାକର ମିଶ୍ର ଯେଉଁ ସଭ୍ୟମାନେ ମୃତ୍ୟୁବରଣ କରିଛନ୍ତି ସେହି ବ୍ୟକ୍ତିମାନଙ୍କୁ ବାଦ ଦେଇ ଏକ ନୂତନ ତାଲିକା ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଆଜିକାର ବୈଠକରେ ଉପସଭାପତି ପର୍ଶୁରାମ ନାୟକ ଓ ପ୍ରଶନ୍ନ କୁମାର ମିଶ୍ର, ଯୁଗ୍ମ ସଂପାଦକ ପୁରୁଷୋତ୍ତମ ପଣ୍ଡା, କାର୍ଯ୍ୟକାରିଣୀ ସଭ୍ୟ ହରେକୃଷ୍ଣ ପଟେଲ, ପୂର୍ଣ୍ଣଚନ୍ଦ୍ର ଦାଶ, ଗୋପବନ୍ଧୁ ପୁରୋହିତ ଏବଂ ଯୋଗେଶ୍ୱର ପଣ୍ଡା, ଜୀବନ କରନ, ଅଶୋକ କୁମାର ଚାନ୍ଦ, ଧର୍ମବ୍ରତ ରଥ, କପିଳେଶ୍ୱର ଖମାରୀ, ନିମାଇଁ ଚରଣ ମେହେର, ଦଶରଥ ବାଗ, ନରସିଂହ ରାଓ ଏବଂ ଉପଦେଷ୍ଟା ସତ୍ୟବନ୍ତ ବେଦବାକ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ମନୋରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.