ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ବୈଠକ ଓ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ତଥା ନୂଆଁଖାଇ ଭେଟ୍‌ଘାଟ୍‌ ଅଗ୍ରଗାମୀ ଯୁବକ ସଂଘ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିନିଜଣ ନୂତନ ସଦସ୍ୟ ଅନିଲ ଅଗ୍ରୱାଲ, ମନୋରଞ୍ଜନ ପୂଜାରୀ ଓ ପ୍ରଫୁଲ୍ଲ ନନ୍ଦଙ୍କୁ ସ୍ୱାଗତ କରାଯାଇଥିଲା । ପ୍ରଥମେ ଜାତୀୟ ସଙ୍ଗୀତ ଗାନ କଲାପରେ ମା’ ସମଲେଶ୍ୱରୀଙ୍କ ଚିତ୍ର ପାଖରେ ଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାପତି ପ୍ରଦୀପ ଦେବତାଙ୍କ ଅଭିଭାଷଣ ପରେ ଉପସଭାପତି ସର୍ଦ୍ଦାର ପ୍ରିତମ ସିଂହ ନୂଆଦିଲ୍ଲୀର ରେଳଭବନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଏ ଅଞ୍ଚଳର ବିଭିନ୍ନ ଦାବୀ ସମ୍ପର୍କରେ ହୋଇଥିବା ଆଲୋଚନା ବିଷୟରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ଉପସଭାପତି ତଥା ସମ୍ବଲପୁର ମଣ୍ଡଳ ରେଳ ଉପଭୋକ୍ତା ପରାମର୍ଶଦାତା ସମିତିର (ଡିଆର୍‌ୟୁସିସି) ସଦସ୍ୟ କୃଷ୍ଣ ଚନ୍ଦ୍ର ପଣ୍ଡା ଗତ ଡିଆର୍‌ୟୁସିସି ବୈଠକରେ ବିଭିନ୍ନ ବିଷୟରେ ହୋଇଥିବା ଆଲୋଚନା ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ । ସମ୍ପାଦକ କମଳ ଯୋଷୀ ସଂଘର ସୃଷ୍ଟି ତଥା ଆଭିମୁଖ୍ୟ ସମ୍ପର୍କରେ ନିଜ ମତ ରଖିଥିଲେ । ପରେ ସଦସ୍ୟମାନେ ନିଜ ସୁଚିନ୍ତିତ ପ୍ରସ୍ତାବ ଓ ମତାମତ ରଖିଥିଲେ । ଶେଷରେ କୋଷାଧ୍ୟକ୍ଷ ଅଭିଜିତ ପ୍ରତିହାର ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଇନ୍ଦିରା ମହାନ୍ତି, କିଶୋର କୁମାର ରଥ, ନିର୍ମଳ କର, ଗୋପାଳ ଦାଶ, ଗୋବିନ୍ଦ ଦାଶ, ଭରତ ଭୂଷଣ ଦାଶ, ତୁଳସୀ ଦାଶ, ଅଚ୍ୟୁତାନନ୍ଦ ବାରିକ, ମଳୟ ମହାନ୍ତି, ଲକି ମିରୱାନି, ସନ୍ତୋଷ କୁମାର ଦାଶ, ବିଷ୍ଣୁ ଧାନୁକା, ଉଦ୍ଧବ ବେହେରା, ଅମିତ ସାହୁ, ସି ଏମ ରାଓ, ହରେକୃଷ୍ଣ ସାହୁ, ସଞ୍ଜୟ ମେହେର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!