csstore

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମା କର୍ଲାମୁଣ୍ଡା ଉଚ୍ଚ ବିଦ୍ୟାଳୟଠାରେ ବୁଧବାର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସର ଗ୍ରହଣ କରିଥିବା ସୁନାମ ଧନ୍ୟ ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ଆୟୋଜିତ ହୋଇଯାଇଛି । ସଂଘ ସଭାପତି ରୋହିତ ରଣାଙ୍କ ସଭାପତିତ୍ୱରେ ସରକାରୀ ଉଚ୍ଚ ବିଦ୍ୟାଳୟ ରିଷିଡାର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟତମ ଜେନା, କର୍ଲାମୁଣ୍ଡା ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ, ସଂଘ ସମ୍ପାଦକ ସୁଦର୍ଶନ ସାହୁ ପ୍ରମୁଖ ଯୋଗ ଦେଇ ତ୍ରିପାଠୀଙ୍କ ସାଙ୍ଗଠନିକ ଦକ୍ଷତା ଓ କର୍ତ୍ତବ୍ୟ ନିଷ୍ଠାକୁ ପ୍ରଶଂସା କରିବା ସହ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିରେ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ସଂଯୋଜନା କରିଥିବା ବେଳେ ଉଜ୍ଜ୍ୱଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରସନ୍ନ କୁମାର ସାହୁ, ତରୁଣ ଜାନୀ, ଦୁଷ୍ମନ୍ତ ଲେଙ୍କା, ସଞ୍ଜୟ ଦାସ, ମନୋଜ କୁମାର ମିଶ୍ର, ବିଭୁତି ସେଠ, ବାବୁଲି ପରିଡା, ସୌଭାଗ୍ୟ ସାହୁ, କ୍ଷୀର ସାଗର ସାହୁ, ଐଶ୍ଚର୍ଯ୍ୟ ସାହୁ, ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ଶ୍ରୀ ତ୍ରିପାଠୀ ଦୀର୍ଘ ୨୫ ବର୍ଷ ଧରି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଥିଲେ ।

jayashree
Leave A Reply

Your email address will not be published.