csstore

ଶୈଳଶ୍ରୀ ପେଲେସରେ ନୂଆଁଖାଇ ତିହାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ । ଏହି ଅବସରରେ ସ୍ଥାନୀୟ ଶୈଳଶ୍ରୀ ପେଲେସରେ ନୂଆଁଖାଇ ତିହାର ପାଳିତ ହୋଇଯାଇଛି । ପ୍ରଥମେ ପାଟଣା ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଭୋଗ ଲାଗିବା ପରେ ପାଟଣା ମହାରାଜା କନକବର୍ଦ୍ଧନ ସିଂହଦେଓ, ମହାରାଣୀ ସାଂସଦ ଶ୍ରୀମତୀ ସଙ୍ଗିତା ସିଂହଦେଓ, ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତୀ ମେଘନା ସିଂହଦେଓ, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, କଳିକେଶ ନାରାୟଣ ସିଂହଦେଓଙ୍କ କନ୍ୟା ଅମାଏରା ସିଂହଦେଓ ଏକାଠି ବସି ସମସ୍ତେ ନବାନ୍ନ ଭକ୍ଷଣ କରିଥିଲେ । ପରେ ଇଷ୍ଟଦେବୀଙ୍କୁ ଦର୍ଶନ କରି ଜୁହାର ଭେଟ ହୋଇ ସମସ୍ତ ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ନୂଆଁଖାଇ ଜୁହାର ଜଣାଇଥିଲେ ।

jayashree
Leave A Reply

Your email address will not be published.