csstore

ନୂଆଁଖାଇରେ ମର୍ମନ୍ତୁଦ ଅଘଟଣ : ଲାଇଟ୍‌ ଖୁଂଟରେ ପିଟି ହୋଇ ଜଣେ ମୃତ, ଜଣେ ଆହତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ନୂଆଁଖାଇ ଭଳି ଏକ ପବିତ୍ର ଦିନରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି । ସୁଦପଡା ନିକଟସ୍ଥ ହନୁମାନ ମନ୍ଦିର ଛକ ନିକଟରେ ଥିବା ଲାଇଟ ଖୁମ୍ବରେ ଏକ ବାଇକ ପିଟି ହେବା ଫଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି । ଏଠାରେ ସୂଚନାଯୋଗ୍ୟ ଯେ, ଦୁର୍ଘଟଣା ଘଟିଥିବା ସ୍ଥାନରେ ବେଆଇନ ଭାବେ ରାସ୍ତା ମଝିରେ ଏକ ଲାଇଟ୍‌ ଖୁଂଟ ରହିଛି । ଏଥିଯୋଗୁଁ ବେହେରାପାଲି ଓ ସୁଦପଡାକୁ ଯିବା ଆସିବା କରୁଥିବା ଲୋକେ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତେବେ ବେହେରାପାଲି ବାସିନ୍ଦା ରାସ୍ତା ମଝିରୁ ଏହି ଲାଇଟ୍‌ ଖୁଂଟ ତୁରନ୍ତ ହଟାଇବା ପାଇଁ ଦାବୀ କରିଛନ୍ତି । ଯଦି ଦାବୀ ପୂରଣ ନହୁଏ, ତେବେ ଆନ୍ଦୋଳନକୁ ସେମାନେ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.