csstore

ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାନାନ୍ତରଣ ଓ ନୂତନ ବିଦ୍ୟାଳୟର ପ୍ରବେଶ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ “ବିଜୁ ଏକ୍ସପ୍ରେସ ୱେ” ପାଇଁ ଭାଙ୍ଗି ଦିଆଗଲା ପରେ ଉକ୍ତ ବିଦ୍ୟାଳୟକୁ ସ୍ଥାନାନ୍ତରଣ କରି ୫୦ ଲକ୍ଷ ଅଟକଳ ବ୍ୟୟରେ ଏକ ନୂତନ ବିଦ୍ୟାଳୟ ତିଆରି କରାଯାଇଛି । ଆଜି ଶ୍ରୀ ଶ୍ରୀ ଗଣେଶ ଚତୁର୍ଥୀ ଶୁଭ ମୁହୂର୍ତ୍ତରେ ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂତନ ବିଦ୍ୟାଳୟ ଗୃହ ପ୍ରବେଶ ଉତ୍ସବ ପାଳନ ହୋଇଯାଇଛି । ଉକ୍ତ ବିଦ୍ୟାଳୟକୁ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ “ଫିଟା କାଟି” ନଡ଼ିଆ ଭାଙ୍ଗି ପ୍ରବେଶ କରାଇଥିଲେ । ପଣ୍ଡିତ ଗୋକୁଳା ମହାପାତ୍ର ଗୃହ ପ୍ରବେଶ ପୂଜା କରିଥିଲେ । କର୍ତ୍ତା ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦମ୍ପତି ବସିଥିଲେ । ଏହି ଅବସରରେ ଏକ ସଭା ପ୍ରଧାନ ଶିକ୍ଷକ ଦେବେଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଶ୍ରୀ ବାରିକ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଭାବେ କେଛୋଦାଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ମୃତିରଞ୍ଜନ ପାଳ, ଯମୁନା କନ୍ଧୁଣୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ପାଇକମାଲ ସରପଞ୍ଚ ତୁଳାବତୀ ତାଣ୍ଡି ଯୋଗ ଦେଇଥିଲେ । ଗ୍ରାମର ବୟୋଜେଷ୍ଠ ଅବସରପ୍ରାପ୍ତ ଆର୍‌ଆଇ ଦେବେନ୍ଦ୍ର ପାଳ, ଯୁବ ୱାର୍ଡ ମେମ୍ବର ରାଜକୁମାର ବରିହା, ହରେ କୃଷ୍ଣ ସୁନାଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବୋଧିତ କରାଯାଇଥିଲା । ଶିକ୍ଷକ ଡୋଳାମଣି ମାହାର ସଭା ପରିଚାଳନା କରିଥିଲେ । ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇ ପ୍ରସାଦ ସେବନ କରାଯାଇଥିଲା ।

jayashree
Leave A Reply

Your email address will not be published.