jayashree

ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କୁଟୁମଡୋଲାଠାରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ପଞ୍ଚାୟତ ସମିତି ଅନ୍ତର୍ଗତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କୁଟୁମଡୋଲାଠାରେ ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ବିଭାଗ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟି, ମୋ ସ୍କୁଲ କମିଟି ଓ ଗ୍ରାମ୍ୟ ଶାନ୍ତି କମିଟିର ସଦସ୍ୟମାନେ ଭାଗ ନେଇଥିଲେ । ବଲାଙ୍ଗିର ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିଭାଗର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ବିଜୟ କୁମାର ଶତପଥି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ରାହୁଲ କୁମାର, ଉନ୍ନୟନ ଅଧିକାରୀ, ପି.ଏଲ୍‌.ଆଇ ; ମନ୍ଦିର ବେହେରା, ଡାକ ନିରିକ୍ଷକ, ବଲାଙ୍ଗିର ଉପଖଣ୍ଡ, ରଞ୍ଜିତା ପଟ୍ଟା, ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୂକ୍ତି କରଣ ଅଧିକାରୀ, ବଲାଙ୍ଗିର ଓ ଓମ୍‌ ପ୍ରକାଶ ମୁଣ୍ଡ, ଅବସରପ୍ରାପ୍ତ ଆର୍ଥିକ ସାକ୍ଷରତା ଉପଦେଷ୍ଟା, ବଲାଙ୍ଗିର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ବିଷୟ ବସ୍ତୁ ଉପରେ ବିଷଦ ଆଲୋଚନା କରି ଛାତ୍ରଛାତ୍ରୀ ଓ ଉପସ୍ଥିତ ସମସ୍ତ ଶ୍ରୋତା ମଣ୍ଡଳୀକୁ ସଚେତନ କରିବା ସହ ଉପଯୁକ୍ତ ସଂଚୟ/ବୀମା ଯୋଜନାରେ ଅର୍ଥ ବିନିଯୋଗ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ । ପୁନଶ୍ଚ ଛାତ୍ରଛାତ୍ରୀ ମାନେ ନିଜ ନିଜ ଘରେ ଏହି ବିଷୟ ବସ୍ତୁ ଉପରେ ଅନ୍ୟ ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସଚେତନ କରିବା ପାଇଁ ଉପଦେଶ ଦିଆଯାଇଥିଲା । ବିଜୟ କୁମାର ଶତପଥି ସଭା ପରିଚାଳନା କରିଥିଲେ ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରବିନ୍ଦ୍ର ଠେଟୁଆଲ ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀ ଗୀତାଞ୍ଜଳି ବିଶ୍ୱାଳ, ଗୀତାଞ୍ଜଳି ପଟେଲ, ସନମ ସାହୁ, ସରସ୍ୱତୀ ତେଜୀ ଓ ବର୍ଷାରାଣୀ ରଣା ସ୍ୱାଗତ ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚାରୁବାଳା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.