ନାକୁରୁଣ୍ଡିଠାରେ ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

କଲମପୁର : ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଗୁଡିକରେ ଜନଶୁଣାଣି କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଥୁଆମୂଳ ରାମପୁର ବ୍ଲକର ୨୪ଟି ଗ୍ରାମ ପଞ୍ଚାୟତରେ କ୍ରମାନ୍ୱୟରେ ସପ୍ତାହର ସୋମବାର ଦିନ ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ଥୁଆମୂଳ ରାମପୁର ଭାରପ୍ରାପ୍ତ ବିଡିଓ ଭରତ କୁମାର ମେହେର ସୂଚନା ଦେଇଛନ୍ତି । ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ଉପସ୍ଥିତିରେ ନାକୁରୁଣ୍ଡି ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ସୋମବାର ଅନୁଷ୍ଠିତ ହୋଇଥିବା ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ୫୬ଟି ଅଭିଯୋଗ ଶୁଣାଣି ହୋଇଥିଲା । ଯେଉଁଥିରେ ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଗୃହ, ଭତ୍ତା, ମନରେଗା ଏବଂ ପାନୀୟଜଳ ସମସ୍ୟା ନେଇ ଲୋକଙ୍କ ଅଧିକାଂଶ ଅଭିଯୋଗ ଶୁଣାଣି ହୋଇଥିଲା । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଡିଓଙ୍କ ସମେତ ସ୍ଥାନୀୟ ତହସିଲଦାର ଈଶ୍ୱର ଚନ୍ଦ୍ର ଦାଶ, ବ୍ଲକ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ, ବ୍ଲକ ଶିକ୍ଷାଧିକାରୀ ଲୋକନାଥ ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.