ଧର୍ମଗଡଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଧର୍ମଗଡ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଗତକାଲି ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁଶାନ୍ତ କୁମାର ପଟେଲ, ଧର୍ମଗଡ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପାଟ୍ଟଯୋଷିଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ, ବିଡିଓ ଶରତ ସେଠୀ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୧୪୭ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୧୩୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ୮ଟି ଅଭିଯୋଗର ସମାଧାନ ତତ୍‌କ୍ଷଣାତ୍ କରାଯାଇଥିଲା । ଅଭିଯୋଗ ମୁଖ୍ୟତଃ ଆବାସ ଗୃହ, ଭତ୍ତା, ରାସ୍ତାଘାଟ ଉପରେ ଥିଲା । ଗତକାଲି ଏହା ସହିତ ୧୨ଟି ବ୍ଲକର ୧୨ଟି ଗ୍ରାମ ପଂଚାୟତରେ ବିଡ଼ିଓ ଏବଂ ତହସିଲଦାରଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଭବାନୀପାଟଣାର ବୋର୍ଡ଼ା, କେସିଙ୍ଗାର ଫଟକାମାଲ, କର୍ଲାମୁଣ୍ଡାର ପୋରକେଳା, ଏମ୍‌ ରାମପୁରର ଦୁଦ୍କରଞ୍ଜା, ନର୍ଲାର ଶେରଗଡ଼, ଲାଞ୍ଜିଗଡ଼ର ତ୍ରିଲୋଚନପୁର, ଥୁଆମୁଲ ରାମପୁରର ନା କରୁଣ୍ଡି, ଯୁନାଗଡର ବୁଢୀଦୋରୋ, କୋକସରାର କଉଡୋଲା, ଜୟପାଟଣାର ଅଇଲଭଟା, କଲମପୁରର ବନ୍ଧକନା, ଗୋଲାମୁଣ୍ଡାର ବୋରଗୁଡ଼ାରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.