ଜାବ ଓ ବିଶ୍ୱେଶ୍ୱର ବାବା ମନ୍ଦିର କମିଟି ପକ୍ଷରୁ ସରଣ୍ଡା ମନ୍ଦିର ପ୍ରାଙ୍ଗଣରେ ସାମାଜିକ ବନୀକରଣ

  • ପୁରାତନ କୀର୍ତ୍ତିରାଜିର ସଂରକ୍ଷଣ ଆମର କର୍ତ୍ତବ୍ୟ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ସରଣ୍ଡା ସ୍ଥିତି ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବା ଶୈବପୀଠରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ୍‌ ବରଗଡ (ଜାବ) ଓ ମନ୍ଦିର ପରିଚାଳନା କମିଟିର ମିଳିତ ଉଦ୍ୟମରେ ମନ୍ଦିର ପରିସରରେ ସାମାଜିକ ବନୀକରଣ ଅନୁଷ୍ଠିତ ହୋଇଯାଇଛି । ଜାବର ବୟୋଜ୍ୟେଷ୍ଠ ସଦସ୍ୟ ଭୀଷ୍ମଦେବ ପଣ୍ଡା ଏବଂ ମନ୍ଦିର ପରିଚାଳନା କମିଟି ସଭାପତି ସଚ୍ଚିଦାନନ୍ଦ ମିଶ୍ର ମିଳିତ ଭାବେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଜାବର ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ରଙ୍କ ସଂଯୋଜନାରେ ବନୀକରଣକୁ ରବିବାର ଏଠାରେ ଉଦ୍‌ଯାପିତ କରାଯାଇଛି । ଏହି ବୃକ୍ଷ ରୋପଣ ଉଦ୍‌ଯାପନୀ ମହୋତ୍ସବରେ ଆୟୋଜକମାନେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରି ମନ୍ଦିର ପାଖରେ ଏକ ସୁନ୍ଦର ଓ ମନୋରମ ପରିବେଶ ସୃଷ୍ଟି ହେବା ସହ ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ ଆମର କର୍ତ୍ତବ୍ୟ ହୋଇଥିବାରୁ ଗଛ ଲଗାଇ ତାହାର ଉଚିତ ଯତ୍ନ ନେଇ ଏହି ସ୍ଥାନକୁ ଏକ ଦର୍ଶନୀୟ ସ୍ଥାନ ଭାବରେ ପରିଗଣିତ କରିବାକୁ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତାବିରା ଉଦ୍ୟାନ କୃଷି ସଂପ୍ରସାରଣ ଅଧିକାରୀ ଦେବାଶିଷ ବେହେରା, ସରଣ୍ଡା ବିଶ୍ୱେଶ୍ୱର ବାବା ମନ୍ଦିର ପରିଚାଳନା କମିଟି ସଭାପତି ସଚ୍ଚିଦାନନ୍ଦ ମିଶ୍ର, ଉପସଭାପତି ରାଧେଶ୍ୟାମ ମହାପାତ୍ର, ସମ୍ପାଦକ ବିନୋଦ ମେହେର, ସହ ସମ୍ପାଦକ କୁବେର ପ୍ରଧାନ, କୋଷାଧ୍ୟକ୍ଷ ପ୍ରମୋଦ ମହାପାତ୍ର, ଦାରାସିଂ ମହାପାତ୍ର, ତାଲିମପ୍ରାପ୍ତ ମହିଳା ଆତ୍ମ ସୁରକ୍ଷା ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ଅର୍ଚନା ବାଗ, ସମାଜସେବୀ କ୍ଷିରେଶ୍ୱରୀ ସ୍ୱାଇଁ ଏବଂ ଓୟୁଜେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବିଜୟ କୁମାର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟସିଂ ପଧାନ, ସୁରେଶ ଦାଶ, ବ୍ୟୋମକେଶ କର, ଦୁର୍ଗାପ୍ରସାଦ ତ୍ରିବେଦୀ, ହେମନ୍ତ ପ୍ରଧାନ, ଜ୍ୟୋତିରଞ୍ଜନ ମହାପାତ୍ର, ବଦ୍ରୀ ପ୍ରସାଦ ସାହୁ, ହେମନ୍ତ ନାୟକ, ବଳରାମ ବାଗ, ସଂଜୀବ ଷଡ଼ଙ୍ଗୀ ପ୍ରମୁଖଙ୍କ ସହ ସମସ୍ତ ବ୍ଲକରୁ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!