ରାଉରକେଲାରେ ପ୍ରଜାତନ୍ତ୍ରର ଅମୃତ ମହୋତ୍ସବ ପାଳନ

  • ସାମାଜିକ ଦାୟିତ୍ୱବୋଧ ଓ ପ୍ରତିବଦ୍ଧତା ପ୍ରତି ପ୍ରଜାତନ୍ତ୍ର ସଚେତନ ରହିଛି : ଲୋକରଂଜନ ମହତାବ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନିକ ପ୍ରଜାତନ୍ତ୍ରର ୭୬ବର୍ଷ ଓ ଅମୃତ ମହୋତ୍ସବ ପାଳନ ଅବସରରେ ରାଉରକେଲା ସିଭିକ ସେଣ୍ଟର୍‌ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅମୃତ ମହୋତ୍ସବରେ ଲୋକରଂଜନ ମହତାବ ଅଧ୍ୟକ୍ଷତା କରିଥିଲେ । ଆୟୋଜନ କମିଟିର ସଭାପତି ଗୋପୀନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଓ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଅତିଥି ଭାବେ ଯୋଗଦେଇ ପ୍ରଜାତନ୍ତ୍ରର ଇତିହାସ ଓ ନବଉତ୍କଳ ନିର୍ମାଣରେ ହରେକୃଷ୍ଣ ମହତାବଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ପ୍ରଜାତନ୍ତ୍ରର ସାମାଜିକ ଦାୟିତ୍ୱବୋଧ ଓ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ତଥା ହରେକୃଷ୍ଣ ମହତାବଙ୍କ ଗୁଣାବଳୀ ଉପରେ ଆଲୋଚନା କରିଥିବା ବେଳେ ବିରମିତ୍ରପୁର ବିଧାୟକ ଶ୍ରୀ ଓରାମ ସମ୍ବାଦପତ୍ରର ଆଭିମୁଖ୍ୟ ସଂପର୍କରେ ଓ ପ୍ରଜାତନ୍ତ୍ର ଦୀର୍ଘ ବର୍ଷ ଧରି ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କିପରି ନବ ଜାଗରଣ ସୃଷ୍ଟି କରିଛି ସେ ସଂପର୍କରେ ମତ ରଖିଥିଲେ । ସୁନ୍ଦରଗଡ ବିଧାୟିକା ଶ୍ରୀମତୀ ଟେଟେ ପ୍ରଜାତନ୍ତ୍ରର ଉଜ୍ୱଳ ଭବିଷ୍ୟତ କାମନା କରି କହିଲେ ଯେ, ପିଲାଟି ବେଳୁ ଶୁଣି ଆସିଥିବା ପ୍ରଜାତନ୍ତ୍ର, ଆଉ ସେହି ପତ୍ରିକାର ଅମୃତ ମହୋତ୍ସବରେ ସାମିଲ ହେବା ଗୌରବର ବିଷୟ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶ୍ରୀ ମହତାବ କହିଲେ ଯେ, ସାମାଜିକ ଦାୟିତ୍ୱବୋଧ ଓ ପ୍ରତିବଦ୍ଧତା ପ୍ରତି ପ୍ରଜାତନ୍ତ୍ର ସଚେତନ ରହିଛି । ସମାଜର ସମସ୍ୟା, ଗଠନମୂଳକ ସମ୍ବାଦ ପରିବେଷଣ ତଥା ସାହିତ୍ୟ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ପ୍ରଜାତନ୍ତ୍ରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଏହା ସହ ସେ ଉତ୍କଳ କେଶରୀଙ୍କ ପୌତ୍ର ହିସାବରେ ଗର୍ବିତ ବୋଲି କହିଥିଲେ । ମଧୁସୂଦନ ଶିକ୍ଷା ନିବାସର ଛାତ୍ରୀ ସାଇପ୍ରତିଭା ପ୍ରଧାନ ଉତ୍କଳ କେଶରୀଙ୍କ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ, କ୍ଲିନ ଆଣ୍ଡ ଗ୍ରୀନ, ଗରିମା ପରିବାର, ହାପି ମୋମେଣ୍ଟସ ଇଣ୍ଡିଆ, ଶାନ୍ତନୁ କୁସୁମ, ନିରୁପମା ପତି, ଗୀତାରାଣୀ ବେହେରା, ବସନ୍ତ କୁମାର ନାୟକ ଓ ସସ୍ମିତା ପ୍ରଧାନଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମେମୋଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଦ୍ୟାଳୟ ସ୍ତରୀୟ ରଚନା ପ୍ରତିଯୋଗିତାରେ ମଧୁସୂଦନ ଶିକ୍ଷା ନିବାସର ମୋନାଲିସା ସିଂହ, ଓଏସ୍‌ଏପି ହାଇସ୍କୁଲର ଆୟୁଶା ବେହେରା, ଡିଏଭି ସ୍କୁଲର ଅନ୍ୱେଷା ପଣ୍ଡା, ଅରବିନ୍ଦ ରାଉରକେଲା ସ୍କୁଲର ସୁଶ୍ରୀ ଶତୠପା ସାମଲ ଓ କୋଏଲ ବିଦ୍ୟାପୀଠର ଗୁଲନାଜ ପରୱିନଙ୍କୁ ତଥା ଚିତ୍ରାଙ୍କନ ପ୍ରତିଯୋଗିତାରେ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ଅନନ୍ୟା ପ୍ରିୟଦର୍ଶନୀ, ସେକ୍ଟର ୬ ଏନ୍‌ଏସି ଏସ୍‌ଟି ସରକାରୀ ହାଇସ୍କୁଲର ଆକାଶ ରାୱତ, ଅରବିନ୍ଦ ରାଉରକେଲା ସ୍କୁଲର ସଂଗୀତା ସାହୁ ଓ ରଶ୍ମିରେଖା ନାୟକ, ଡିଭାଇନ ଲାଇଫର ପୂର୍ଣ୍ଣିମା ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଉଭୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଶ୍ଳୋକ ଆବୃତ୍ତି ସହ ଗରିମା ପରିବାର ସହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସଂଯୋଜକ କୁଞ୍ଜ ବିହାରୀ ରାଉତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା କମିଟିର ସାଧାରଣ ସମ୍ପାଦକ ନାରାୟଣ ପତି ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ହଂଶିତା ପଟ୍ଟନାୟକ, ସ୍ୱୀକୃତି ପଣ୍ଡା, ଭୂମିକା ନାୟକ, ବର୍ଷା ଜେନା ଓ ଆରଧ୍ୟା ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ମମତାଞ୍ଜଳି ଦାସଙ୍କ ସୁଲଳିତ କଣ୍ଠରେ ହୋଇଥିବା ଉଦ୍‌ଘୋଷଣା ସହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସର୍ବଶ୍ରୀ ଅଭୟ କୁମାର ଦାସ, ସଂଜୀବ ମହାନ୍ତି, ଶଙ୍କର ଜେନା, ଅଭିରାମ ପ୍ରଧାନ, ସୁଶାନ୍ତ ସୂତାର ଓ ଗରିମା ପରିବାରର ମମତା ନାୟକ, ସିଲି ମହାନ୍ତି, ଡଃ ସରିତା ମଲ୍ଲ, ମୋନାଲିସା ଗୌଡ, ପ୍ରଣତୀ ଜେନା, ଶାନ୍ତିଲତା ବାରିକ, ଶଙ୍ଖରିନା ପ୍ରଧାନ, ମମତା ଦାସ, ସନ୍ତୋଷୀ ମଲ୍ଲିକ, ରେବତୀ ବାରିକ, ସୁମିତ୍ରା ଦାସ, ଶର୍ମିଲା ରାଜଗୁରୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂପାଦକ ଶ୍ରୀ ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ, ସାଂସ୍କୃତିକ, ସାହିତ୍ୟନୁଷ୍ଠାନ, ସମାଜସେବୀ, ସାମ୍ବାଦିକ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Leave A Reply

Your email address will not be published.

error: Content is protected !!