ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ୱେଷାର ୮୦ତମ ମାସିକ ଜନ୍ମ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ୱେଷା ତାର ୮୦ତମ ମାସିକ ଜନ୍ମ ଉତ୍ସବ ସ୍ପେସିଆଲ ଜେଲର ପ୍ଲେସ ଅଫ ସାଫଟିଠାରେ ପାଳନ କରିଛି । ଏହି ଅବସରରେ ଅନୁଷ୍ଠାନର ସଭାପତି କଳ୍ପନା ଶତପଥି ସ୍ୱାଗତ ଅଭିଭାଷଣ ରଖିଥିଲେ । ସାଧାରଣ ସମ୍ପାଦିକା ରଶ୍ମିତା ପଣ୍ଡା ମାସିକ ଜନ୍ମଦିନ ଉପରେ ଆଲୋଚନା କରିଥିଲେ, ବଲବିନ୍ଦର କୌର ଜୀବନ ପରିବର୍ତନ କଥା ବୁଝେଇ ଥିଲେ । ସ୍ନେହଲତା ପାତ୍ର, ଝୁନୁ ନାୟକ ଏବଂ ସୁଭାଷ ବାପୁଡିଆ ସଂଗୀତ ପରିବେଷଣ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ କମଲ ଅଗ୍ରୱାଲ, ଅନିତା ଅଗ୍ରୱାଲ, ବରିଷ୍ଠ ସମ୍ପାଦିକ ପୀତବାସ ମିଶ୍ର, ବଡିବିଲଡର ରାମଚନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଅନ୍ତେବାସୀମାନଙ୍କୁ ସତ୍‌ମାର୍ଗରେ ଚାଲିବାକୁ ଉପଦେଶ ଦେଇଥିଲେ । ଜେଲର ସୁପରିଟେଣ୍ଡେଣ୍ଟ ଜୀବନ ସିଂ ଅନେକ ଉପଦେଶ ଦେଇଥିଲେ ଏବଂ ଏମିତି କାର୍ଯ୍ୟକ୍ରମକୁ ଜାରି ରଖିବାକୁ କହିଥିଲେ । ଅନ୍ତଗୃହର ଛଅ ଜଣ ପିଲାମାନେ ମାସବାର୍ଥ ଡେ କ୍ଲବର ଅନ୍ୟ ସଦସ୍ୟ ମାନଙ୍କ ସହ କେକ କାଟି, ନାଚ ଗୀତ ସହ ନିଜ ନିଜର ଜନ୍ମଦିନ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୱେଷା ପରିବାରର ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥି, ମୋହନ ପଟ୍ଟନାୟକ, ତରୁଲତା ସାମଲ, ଜୀନୁ, ପୂଜା ପ୍ରସାଦ, କଲ୍ୟାଣୀ ଦାସ, ଦିବାକର ଦାସ, ବିଶ୍ୱଜିତ, ରାମକୃଷ୍ଣ, ନିଶି, ଖୁସି ସାହାଯ୍ୟ କରିଥିଲେ । ଏଥିସହ ପ୍ଳାସ ଅଫ୍‌ ସାଫଟିର ଗୌରୀ ପଣ୍ଡା, ସୋନାଲି ପରିଜା, ସୁବ୍ରତ ବାରିକ, ଜିଲଜନୀ ପ୍ରଧାନ, ବିନୋଦ ବାରିକ ଏବଂ ତୀର୍ଥବାସୀ ବେହେରା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡର ଓ ଚେୟାରମେନ୍‌ ରାଜେନ୍ଦ୍ର ପଣ୍ଡା (ମାଷ୍‌ଷ୍ଟର ରାଜ୍‌) ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!