ବରଗଡ଼ରେ ନୂଆଁଖାଇ ଯୋଟ୍ ଯାଟ ଆୟୋଜିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପୂର୍ବରୁ ରବିବାର ବରଗଡରେ ନୂଆଁଖାଇ ଯୋଟ୍ ଯାଟ ଆୟୋଜିତ ହୋଇଯାଇଛି । ଏଥିରେ ୬୦ ଜଣ ଗରିବ ଅସହାୟ, ନିଷ୍ପେସିତ ମାନଙ୍କୁ ସମ୍ବିଧାନ ସୁରକ୍ଷା ମଂଚ, ବରଗଡ଼ ପକ୍ଷରୁ ଅଢ଼ିଆ ଭେଟ ଦିଆଯାଇଥିଲା । ସ୍ଥାନୀୟ ସୌଖିନ ରଂଗ ମଂଚରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ସମାଜର ବିଭିନ୍ନ ବର୍ଗର ପ୍ରତିଭା ଓ ସମାଜସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା । କ୍ରିଡାବିତ ସନ୍ତୋଷ  ପ୍ରଧାନ, ଅଗ୍ରଣୀ ଚାଷୀ ବିଜୟ ସାହୁ, ସମାଜସେବୀ ମୁକୁନ୍ଦ ଦାଶ, ସଂଚାର କଳାକାର ଜୟନ୍ତୀ ଦୀପ, କବି ଦେବେନ୍ଦ୍ର ସାହୁ, ମନୋରଞ୍ଜନ ଲୁହାଙ୍କୁ ସମ୍ମାନିତ କରାଯାଇଥିଲା । ଅତିଥିମାନଙ୍କ ମଧ୍ୟରେ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଢଙ୍ଗୀ, ଓକିଲ ସଂଘ ସଭାପତି ଚନ୍ଦ୍ରଧ୍ୱଜ ଜାଲ, ଅଶୋକ ଅଗ୍ରୱାଲ ଉର୍କୁଲୁ ତାଣ୍ଡି, ଜେଠୁ ଭୋଇ, ପାଣ୍ଡବ କର୍ଣ୍ଣ ଉପସ୍ଥିତ ଥିଲେ । ଆୟୋଜକ ମଧ୍ୟରେ ଆବାହକ ପବିତ୍ର ଦେହେରି, ଦିନେଶ ଅଗ୍ରୱାଲ, ସିବାନନ୍ଦ ମଟାରୀ, ଗୁରୁପ୍ରିତ ସିଂ, ଅଲିମ ରିଜୱି, ମାରିୟମ ବାର୍ଲା, ମମତା ବେହେରା, ସକୁନ୍ତଳା ସୁନା, ସଂଜୀବ ସୁନା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!