ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୧୦୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୫, ବରଗଡରୁ ୧୦, ଭଦ୍ରକରୁ ୧, ବଲାଙ୍ଗିରରୁ ୨୨, ବୌଦ୍ଧରୁ ୨, କଟକରୁ ୨୨, ଦେବଗଡରୁ ୨, ଗଜପତିରୁ ୩, ଜଗତସିଂହପୁର ୧, ଯାଜପୁରରୁ ୮, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୮, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୬, ଖୋର୍ଦ୍ଧାରୁ ୩୪, ମୟୁରଭଞ୍ଜରୁ ୧୨, ନବରଙ୍ଗପୁରରୁ ୭, ନୟାଗଡରୁ ୬, ନୂଆପଡାରୁ ୬, ପୁରୀରୁ ୬, ରାୟଗଡାରୁ ୧୦, ସମ୍ବଲପୁରରୁ ୧୫, ସୁନ୍ଦରଗଡରୁ ୫୬, ଷ୍ଟେଟପୁଲରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।