csstore

ରାସ୍ତା ଅବସ୍ଥା ଶୋଚନୀୟ, ସାଧାରଣରେ ଅସନ୍ତୋଷ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଳସୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁଟଜୁରି ଗାଁରୁ ରେଙ୍ଗାଲି ଗାଁ ପର୍ଯ୍ୟନ୍ତ ଓ ଜାମୁଟଜୁରି ଗାଁରୁ ବୁରୋମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁମୁଷୁ ଗାଁ ଏବଂ ଜାମୁଟଜୁରି ଗାଁରୁ ଘନାମହୁଲ ଗାଁ ପର୍ଯ୍ୟନ୍ତ ରାସ୍ତା ପାଣି କାଦୁଅରେ ପଚ୍‌ପଚ୍ ହେଉଥିବା ହେତୁ ଘରୁ ବାହାରି କେଉଁ ଆଡେ ଯିବା ଆସିବା କରି ହେଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏ ବିଷୟରେ ଅନେକ ଥର ସରପଞ୍ଚ, ବ୍ଲକ୍ ଅଧ୍ୟକ୍ଷା, ଏମ୍‌ଏଲ୍‌ଏ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଜଣାଇଥିଲେ ସୁଦ୍ଧା ଏଯାଏଁ ରାସ୍ତାର ସମସ୍ୟା ଗୁଡିକ ଦୂରିକରଣ ହୋଇ ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ ଜଣାଇଛନ୍ତି । ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.