oom

ଆଇପିଏଲ୍‌ : ଦିଲ୍ଲୀକୁ ହରାଇ ମୁମ୍ବାଇର ପ୍ଲେ ଅଫ୍ ପକ୍କା

jsmm

ଦୁବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୩ର ୫୧ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୯ ଓ୍ଵିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଦିଲ୍ଲୀକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ଖେଳୁଥିବା ଦିଲ୍ଲୀ ଟିମ୍‌ ୨୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୧୧୦ ରନ୍‌ କରିଥିଲା। ଦିଲ୍ଲୀକୁ ଆଜି ଆରମ୍ଭରୁ ହିଁ ଝଟକା ଲାଗିଥିଲା। ବିସ୍ଫୋରକ ବ୍ୟାଟ୍‌ସମ୍ୟାନ ଶିଖର ଧଓ୍ଵନ କୌଣସି ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଦଳ ମାତ୍ର ୧ ରନ୍‌ରେ ଧଓ୍ଵନଙ୍କୁ ହରାଇଥିବା ବେଳେ ୧୫ ରନ୍‌ରେ ଆଉଟ୍‌ ହୋଇଥିଲେ ପୃଥ୍ଵୀ ସ। ପୃଥ୍ଵୀ ବ୍ୟକ୍ତିଗତ ଭାବେ ୧୦ ରନ୍‌ ଯୋଡ଼ିଥିଲେ। ଅଧିନାୟକ ଶ୍ରେୟସ ଆୟର (୨୫ ରନ୍‌, ୨୯ ବଲ, ୧ ଚୌକା, ୧ ଛକା) ଓ ଋଷଭ ପନ୍ତ (୨୧ ରନ୍‌, ୨୪ ବଲ, ୨ ଚୌକା) ତୃତୀୟ ଓ୍ଵିକେଟ ପାଇଁ ୩୫ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ଦିଲ୍ଲୀର ଅନ୍ୟତମ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ସିମରନ୍‌ ହେଟମେୟର ୧୧ ରନ୍‌, ରବିଚନ୍ଦ୍ରନ ଅଶ୍ୱିନ ୧୨ ରନ୍‌ ଓ କାଗିସୋ ରାବାଡା ୧୨ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟ ବ୍ୟାଟ୍‌ସମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ତେବେ ମୁମ୍ବାଇ ଇଣ୍ଡିଆନ୍ସର ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମରା ୩-୩ ଟି ଓ୍ଵିକେଟ୍‌ ନେଇଥିବା ବେଳେ ନାଥାନ କଲଟର ନାଇଲ ଓ ରାହୁଲ ଚହରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ମୁମ୍ବାଇ ୧୧୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଟିମ୍‌ ମାତ୍ର ଗୋଟିଏ ଓ୍ଵିକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରିନେଇଥିଲା। ମୁମ୍ବାଇର ଓପନର ଈଶାନ କିଷନ ଅପରାଜିତ ୭୨ ରନ୍‌ କରିଥିଲେ। ସେ ୪୭ଟି ବଲ ଖେଳି ୮ଟି ଚୌକା ଓ ୩ଟି ଛକା ମାରିଥିଲେ। କ୍ୱିଣ୍ଟନ୍‌ ଡି କକ୍‌ ୨୮ଟି ବଲ ଖେଳି ୨୬ ରନ୍‌ କରିଥିଲେ। ସେ ୨ଟି ଚୌକା ମାରିଥିଲେ। ଯୁବ ବ୍ୟାଟ୍‌ସମ୍ୟାନ୍‌ ସୂର୍ୟ୍ୟକୁମାର ଯାଦବଙ୍କ ବ୍ୟାଟ୍‌ରୁ ୧୨ ରନ୍‌ ସଂଗ୍ରହ ହୋଇଥିଲା। ସୂର୍ୟ୍ୟକୁମାର ୧୧ଟି ବଲ୍‌ ଖେଳି ୧୨ ରନ୍‌ ସଂଗ୍ରହ କରିଥିଲେ।

jittmm
Leave A Reply

Your email address will not be published.