ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ କୁଟେନପାଲି ପଞ୍ଚାୟତର ଦୁମଦୁମୀ ଗ୍ରାମରେ ଏସ୍ଏସ୍ଇପିଡି ଓଡିଶା ସରକାର ତରଫରୁ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଜରିଆରେ ଗ୍ରାମର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ବ୍ୟବସ୍ଥା କରାଯାଇଥିଲା । ଏହି ଶିବିରରେ ପ୍ରାୟ ୫୫ ଜଣ ବରିଷ୍ଠ ନାଗରିକଙ୍କ ରକ୍ତଚାପ, ମଧୁମେହ ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଡ଼. ସନ୍ଧ୍ୟାରାଣୀ ପଣ୍ଡା ଓ ସୁଶୋଭନ ମହାପାତ୍ର ପରିଚାଳନା କରିଥିବା ବେଳେ ପଲ୍ଲୀ ଆଲୋକ ପାଠାଗାରର କର୍ମୀ ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରଶାନ୍ତ କୁଅଁର, ପିଣ୍ଟୁ ପଧାନ ଓ ଗ୍ରାମର ଅଙ୍ଗନୱାଡି କର୍ମୀ ଜୟନ୍ତୀ ତାଣ୍ଡି, ବିଜୁଳି ନାଗ, ଆଶା କର୍ମୀ ରେଖା ପାଇକ ଚନ୍ଦନ ପ୍ରମୁଖ ସହଯୋଗ କରିଥିଲେ ।