jayashree

ନୂଆଁଖାଇ ପାଇଁ ମା’ଙ୍କ ପୀଠରେ ପହଞ୍ଚିଲା ନୂଆ ଧାନ

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଟାତ୍ରୀ ଦେବୀ ମା’ ସମଲେଶ୍ୱରୀ ପୀଠକୁ ପହଞ୍ଚିଲା ନୂଆଁଖାଇ ପାଇଁ ସରିଆ ଧାନ । ସହର ନିକଟସ୍ଥ ବଲବସପୁର ଗ୍ରାମର ସୁବାଷ ବେହେରା ପ୍ରତି ବର୍ଷ ଏହି ଧାନ ଏକ ସ୍ୱତନ୍ତ୍ର ବିଲରେ ରୋପଣ କରିଥାନ୍ତି । ଯାହାକି ୬୦ ଦିନ ମଧ୍ୟରେ ହୋଇଥାଏ । ଉକ୍ତ ଧାନକୁ ଶ୍ରୀ ବେହେରା ଆଜି ମନ୍ଦିର ଆସି ପ୍ରଦାନ କରିଥିଲେ । ମା’ ସମଲେଶ୍ଵରୀଙ୍କ ମୁଖ୍ୟ ପୁଜକ ଅମ୍ବିକା ରାୟ ଏହାକୁ ଗ୍ରହଣ କରିଥିଲେ । ଏହାକୁ ଦୁଇ ଦିନ ଖରାରେ ଶୁଖାଇବା ପରେ ପରିବାର ଲୋକେ ଧାନରୁ ଗୋଟା ଚାଉଳ ବାହାର କରି ଘିଅ, ମହୁ, ଗୁଡ଼ ଦେଇ ମା’ଙ୍କ ପାଇଁ ଭୋଗ ପ୍ରସ୍ତୁତ କରିବେ । ନୂଆଁଖାଇ ଦିନ ଏହାକୁ ମା’ଙ୍କଠାରେ ଲାଗି ହେବ ବୋଲି ଶ୍ରୀ ରାୟ କହିଥିଲେ ।

Leave A Reply

Your email address will not be published.