csstore

ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ତୈଳିକ ସାହୁ ସମାଜର ଆହ୍ୱାନ କ୍ରମେ ବରଗଡ ଓ ମହାସମୁନ୍ଦ ଜିଲ୍ଲାସ୍ତରୀୟ ସାହୁ ସମାଜର ଏକ ମିଳିତ ବୈଠକ ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠର ସାହୁ ସମାଜର ଧର୍ମଶାଲାଠାରେ ଜିଲ୍ଲା ସଭାପତି ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଉଭୟ ଜିଲ୍ଲାର ସ୍ୱାମୀ ସ୍ତ୍ରୀ ମଧ୍ୟରେ ହୋଇଯାଇଥିବା ମନୋମାଲିନ୍ୟର ସମାଧାନ କରାହେବା ସହ ଉଭୟ ରାଜ୍ୟର ସାମାଜିକ ସଂପର୍କର ସୁଦୃଢିକରଣ, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ, ସମାଜର ଉନ୍ନତି ଉପରେ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ କରାଯାଇଥିଲା । ସମାଜର ଆରାଧ୍ୟ ଦେବତା ଦେବ ଦେବ ମହାଦେବ ଏବଂ ମାତା କର୍ମାଙ୍କର ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ବୈଠକରେ ମୀନକେତନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପାଇକମାଲ ବ୍ଲକ ସଭାପତି ତଥା ଆଇନଜୀବୀ ରାଜକିଶୋର ସାହୁ ସଭାର ଉଦ୍ଦେଶ୍ୟଜ୍ଞାପନ କରିଥିଲେ । ଉକ୍ତ ସଭାରେ ମହାସମୁନ୍ଦ ଜିଲ୍ଲା ଅଧ୍ୟକ୍ଷ ଧରମ ଦାଶ, ପଙ୍କଜ ସାହୁଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ, ବରଗଡ ଜିଲ୍ଲାରୁ ଉଗ୍ରସେନ ସାହୁ, ବେଣୁଧର ସାହୁ, ଦେବରାଜ ସାହୁ, ଦିନେଶ୍ୱର ସାହୁ, ଭିକାରୀ ସାହୁ, ପିତାମ୍ବର ସାହୁ, ଚୈତନ୍ୟ ସାହୁ, ଶିବ ସାହୁଙ୍କ ସମେତ ପଦାଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଂପାଦକ ପରମେଶ୍ୱର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.