ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଷଡ଼ ବଂଶୀୟ ଗୌଡ଼ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଲ୍ଲାର କର୍ମକର୍ତ୍ତାଙ୍କୁ ନେଇ ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ବୀରବର ଧରୁଆଙ୍କ ଉପସ୍ଥିତିରେ ନୂଆଁଖାଇ ଭେଟଘାଟ ୨୦୨୨ର ଦିନ ଧାର୍ଯ୍ୟ କରାଯାଇଥିଲା । ଆସନ୍ତା ୧୧ତାରିଖ ରବିବାର ଦିନ ୧୦ଟାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । ଜିଲ୍ଲା ତଥା ଅନ୍ୟ ଜିଲ୍ଲାର ଷଡ଼ ବଂଶୀୟ ଜାତି ପ୍ରେମୀଙ୍କୁ ନେଇ ଭେଟ୍ଘାଟ୍ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ବୈଠକରେ ପରିଷଦର ବରିଷ୍ଠ ସଦସ୍ୟ ଜଗଦୀଶ ଧରୁଆ, ଦ୍ଵିଜା ଦଳପତି, ବିଘ୍ନରାଜ ଧରୁଆ, ସେବାକର ମଲ୍ଲିକ, ମକରଧ୍ଵଜ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।