csstore

ସଇଁତଲାରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ନ୍ୟୁ ମାର୍କେଟ ପଡାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଣେଶ ପୂଜା ଧୁମ୍‌ଧାମ୍‌ରେ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପୂଜା ପାଇଁ ସ୍ଥାୟୀ ସଭାପତି ଭାବରେ ପ୍ରମୋଦ କୁମାର ସେଲମା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ଉପସଭାପତି କୃଷ୍ଣଚନ୍ଦ୍ର ସାହୁ, ସମ୍ପାଦକ ରାକେଶ ସାହୁ, ସହସମ୍ପାଦକ ପ୍ରଦୀପ ବାଗ ଓ କୋଷାଧ୍ୟକ୍ଷ ଭାବରେ ବୁବୁନ ପାଣିଗ୍ରାହୀ ମନୋନୀତ ହୋଇଛନ୍ତି । ଏହାର ଉପଦେଷ୍ଟା କମିଟିରେ ସରପଞ୍ଚ ସୁବ୍ରତ ନାଗ, ବିପିନ ରଣା, ଦିନେଶ ଭୋଇ, ବାପି ସାହୁ, ସରପଞ୍ଚଙ୍କ ନୋମିନି ଟିକେଶ୍ୱର ସାହୁ, ମୁନୁ ପଟେଲ, ଅକ୍ଷୟ ରଣା, ଡମ୍ବରୁ ରଣା, ସୁଦନ ରଣା, ରଞ୍ଜନ ମନହିରା, ଗଣେଶ ମହୋତୋ, ବାଦଲ ଅଗ୍ରୱାଲ, ପ୍ରଦୀପ ରଣା ପ୍ରମୁଖ ମନୋନୀତ ହୋଇଛନ୍ତି । ଏହି ପୂଜାରେ କର୍ତ୍ତା ଭାବରେ ଉପେନ୍ଦ୍ର ବେହେରା ଓ ତାଙ୍କ ଧର୍ମପତ୍ନୀ ସୁମି ବେହେରା ପୂଜା ଦାୟିତ୍ୱ ତୁଲାଇବେ । ଏହି ପୂଜାରେ ଗଣେଶ ଶୋଭାଯାତ୍ରାଙ୍କୁ ମୁଖ୍ୟ ଆକର୍ଷଣ ରଖାଯାଇଛି । ଏଥିରେ ଘଣ୍ଟବାଜା, ମହିଳା ସଂକୀର୍ତ୍ତନ ଦଳ, ଘୁମୁରା ଦଳ, ମହିଳା ଆକ୍ରିଷ୍ଟାର, ଢ଼ାପ ନୃତ, ଡକା ନୃତ୍ୟ, ବାଙ୍ଗଡ଼ା ନୃତ୍ୟ, ସମ୍ବଲପୁରୀ ପିକେ ଓ ବାଇ ନୃତ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ରାହୁଲ ପୃଷେଠ, ଆଶିଷ ଦର୍ଜୀ, ସୁଜିତ ପ୍ରସାୟତ, ରାଜା ବୈଠାରୁ, ଆଶିଷ ବେହେରା, ଆନନ୍ଦ ନାଗ, ଟେକଧର ମାଝୀ, କାନ୍ନା ଆଚାରୀ, ଲୋଚନ ସିଂ ଭୋଇ, ସରୋଜ ସାହୁ, ଅମିତ ରଣା, ଶୁଭେନ୍ଦୁ ବନମାଲୀ, ପ୍ରେମରାଜ ରଣା, ମୁକେଶ ସାହୁ, ମୁନ୍ନା ଖାଁନ, ଶିବମ ସାମନ୍ତରାୟ, ଛନ୍ଦା ସେଠ, ଗୋଲକ ସ୍ୱାଇଁ, ଅଶୋକ ରଣା, ନାରାୟଣ ସାହୁ, ସଂଜୀବ ସାହୁ, ଘୁଣ୍ଡୁ ନାୟକ, ପ୍ରହଲ୍ଲାଦ ସାହୁ ଓ ପ୍ରଦୀପ ସେଲମାଙ୍କ ସମେତ କମିଟିର ବହୁ ସଦସ୍ୟ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.