oom

୨୭ ଲିଟର ମଦ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କଲା ପୁଇଁତଲା ପୋଲିସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ଥାନା ପୋଲିସ ପକ୍ଷରୁ ୨୭ ଲିଟର ମଦ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରାଯାଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ପୁଇଁତଲା ଥାନା ପୋଲିସ ଓ ଅବକାରୀ ବିଭାଗ ତରଫରୁ ପୁଇଁତଲା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚଢାଉ କରିଥିବା ବେଳେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ସମୁଦାୟ ୨୭ ଲିଟର ମଦ ଜବତ କରିବା ସହ ଘଟଣାରେ ଜଡିତ ଚାରି ଜଣଙ୍କୁ ପୁଇଁତଲା ଥାନା କେସ ନମ୍ବର ୧୮୨/୨୦୨୨, ୧୮୩/୨୦୨୨, ୧୮୪/୨୦୨୨, ୧୮୫/୨୦୨୨ ତା.୨୫.୦୮.୨୦୨୨ ଦଫା-୫୨(କ) ଓଡିଶା ଅବକାରୀ ଆଇନ -୨୦୦୮ରେ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମଳମୁଣ୍ଡା ଗ୍ରାମର ଶୁଭ୍ର ଜ୍ୟୋତି ତାପସ କୁମାର ବିଭାର, ପାଂକେଲବାହାଲି ଗ୍ରାମର ବିନୋଦ ବାଗ, ଜଳଜଡ଼ ଗ୍ରାମର ସନ୍ତୁ ଦୋରା ଓ ମେହେରମୁଣ୍ଡା ଗ୍ରାମର ଧରଣୀ ମଟାରୀ । ତେବେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇବା ନେଇ ମଧ୍ୟ ପୁଇଁତଲା ଥାନା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.