ବରିକେଲ ପଞ୍ଚାୟତରେ ଭିନ୍ନକ୍ଷମ ବ୍ୟକ୍ତି ଭତ୍ତା ପାଇବାରେ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ହିତକର ପାଇଁ ଅନେକ ଯୋଜନାମାନ ପ୍ରଣୟନ କରୁଛନ୍ତି । ହେଲେ ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧିଙ୍କ ଆନ୍ତରିକତା ଅଭାବ ଯୋଗୁଁ ଲୋକେ ଯୋଜନାମାନରୁ ଉପକୃତ ହୋଇପାରୁ ନାହାନ୍ତି । ଏଭଲି ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ରାଜବୋଡାସମ୍ବର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ଚାରପାଲି ଗ୍ରାମରେ । ଏହି ଗ୍ରାମର ଯୁଗଲ ବୁଡେକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି । ବୟସ ପାଖାପାଖି ୪୮ ବର୍ଷ ହେବ ଭିନ୍ନକ୍ଷମ ଯୁଗଲ ବୁଡେକଙ୍କୁ । ସେ ଜଣେ ଶତକଡ଼ା ୭୦ ଭାଗ ଦୃଷ୍ଟିହୀନ ବ୍ୟକ୍ତି ଓ କାର୍ଯ୍ୟ କରିବାରେ ସେ ଅକ୍ଷମ ହେଉଛନ୍ତି । ପଞ୍ଚାୟତ ପ୍ରଶାସନ ନିକଟରେ ଅନେକ ଥର ଆବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାରୀ ଭତ୍ତା ପାଇ ନାହାନ୍ତି । ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳ ପ୍ରଶାସନ ଏଥିପ୍ରତି ଦୃଷ୍ଟି ରଖି ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

seven + seventeen =

error: Content is protected !!