ଋଣ ନେବାକୁ ବ୍ୟାଙ୍କରେ ପହଞ୍ଚିଲେ ବ୍ୟବସାୟୀ, ଜାଣିବାକୁ ପାଇଲେ ତାଙ୍କ ଉପରେ ୧୦ କୋଟି ଟଙ୍କା ଋଣ ଅଛି, ଉଡ଼ିଗଲା ହୋସ୍‌

ଡିନ୍ଦୋରୀ : ଋଣ ନେବାକୁ ବ୍ୟାଙ୍କରେ ମଧ୍ୟପ୍ରଦେଶର ଡିନ୍ଦୋରୀର ଜଣେ ବ୍ୟବସାୟୀ ଜଣକ ପହଂଚିବା ବେଳେ ଜାଣିବାକୁ ପାଇଲେ ତାଙ୍କ ଉପରେ ୧୦ କୋଟି ଟଙ୍କା ଋଣ ଅଛି । ସୂଚନା ଅନୁସାରେ ବ୍ୟବସାୟୀ ତରୁଣ କୁମାର ଜୈନ ଋଣ ନେବାକୁ ବ୍ୟାଙ୍କ ଯାଇଥିଲେ । ସେ ତାଙ୍କର ଆବଶ୍ୟକୀୟ ଦଲିଲ୍‌ଗୁଡ଼ିକୁ ବ୍ୟାଙ୍କରେ ଦାଖଲ କରିଥିଲେ । ଏହା ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ନାମରେ ପୂର୍ବରୁ ୧୦ କୋଟି ଟଙ୍କାର ଋଣ ଅଛି । ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଡକ୍ୟୁମେଣ୍ଟର ଅପବ୍ୟବହାର କରି କେହି ବ୍ୟାଙ୍କରୁ ଋଣ ନେଇଛନ୍ତି । ୧୦ କୋଟି ଟଙ୍କାର ଋଣ ବିଷୟରେ ସୂଚନା ପାଇବା ପରେ ବ୍ୟବସାୟୀ ବିବ୍ରତ ହୋଇ ପଡ଼ିଥିବା ଜଣାପଡ଼ିଛି । ମଙ୍ଗଳବାର ସେ ସହାୟତା ପାଇଁ ଏସପିଙ୍କୁ ମଧ୍ୟ ନିବେଦନ କରିଛନ୍ତି । ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ଏସପି ଯାଂଚ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.