ଘର ହିଁ ବିଦ୍ୟାଳୟର ୭ମ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ୭ମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଉଦ୍ଦେଶ୍ୟ ଜ୍ଞାପନ ସହ ଶିଶୁର ସାମଗ୍ରିକ ବିକାଶ ଉପରେ ମାର୍ଗଦର୍ଶନ କରିଥିଲେ । ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରିପାଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୀତା ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଦୀନବନ୍ଧୁ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୧୦ ଜଣ ଅଭିଭାବିକା ଓ ୧୧୭ ଜଣ ଶିଶୁ ଭାଗ ନେଇଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.