ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ କର୍ଲାମାଲ ଗାଁର ଅନତି ଦୂରରେ ଥିବା ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପାଟଣାଗଡ଼ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ କର୍ଲାମାଲ ଗାଁର ଗଜାନନ ମଲିକ । ସୂଚନା ଅନୁସାରେ, ଆଜି ସକାଳେ କର୍ଲାମାଲ ଗାଁର ଅନତି ଦୂରରେ ଥିବା ଚାଷ ଜମିକୁ ଚାଷ କରିବା ପାଇଁ କୃଷକ ମାନେ ଯାଇଥିଲେ । ସେ ସମୟରେ ଚାଷ ଜମିକୁ ଲାଗିଥିବା ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଯୁବକଟି ସେହି ଗାଁର ଗଜାନନ ମଲିକ ବୋଲି ଚିହ୍ନିବା ପରେ ଗ୍ରାମବାସୀ ପୁଲିସକୁ ଘଟଣା ସଂମ୍ପର୍କରେ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଯବତ କରି ଶବ ବ୍ୟବଛେଦ ପାଇଁ ପାଟଣାଗଡ଼କୁ ପଠାଇଥିବା ବେଳେ କେସ୍‌ ନମ୍ବର ୨୦/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଅନନ୍ତ ପଧାନଙ୍କଠାରୁ ଜଣାପଡିଛି ।

Leave A Reply

Your email address will not be published.