ଡକ୍ଟର ଏପିଜେ ଅବଦୁଲ କାଲାମ ପ୍ରଫେସନାଲ ଆଚିଭର ଆୱାର୍ଡ ସେରେମୋନୀ ଅନୁଷ୍ଠିତ

ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ହାପ୍ପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ହୋଇଯାଇଛି “ଡକ୍ଟର ଏପିଜେ ଅବଦୁଲ କାଲାମ ପ୍ରଫେସନାଲ ଆଚିଭର ଆୱାର୍ଡ ସେରେମୋନୀ” ଏହି ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା (ମାଷ୍ଟର ରାଜ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଖ୍ୟ ଅତିଥି ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ସମ୍ମାନିତ ଅତିଥି ବରିଷ୍ଠ କଳାକାର କୁନା ତ୍ରିପାଠୀ ଏବଂ ବିଶିଷ୍ଟ ଓଡ଼ିଆ ସିନେ ହାସ୍ୟ କଳାକାର ଜୟୀରାମ ସାମଲ । ଏହି କାର୍ଯ୍ୟକ୍ରମରେ ଜୀବନବ୍ୟାପୀ ଅଭିନୟ କ୍ଷେତ୍ରରେ ଅବଦାନ ପାଇଁ ଜୟୀରାମ ସାମଲଙ୍କୁ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଡକ୍ଟର ଏପିଜେ ଅବଦୁଲ କାଲାମ ପ୍ରଫେସନାଲ ଆଚିଭର ଆୱାର୍ଡ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧିତ ପ୍ରତିଭାଧାରୀମାନେ ହେଲେ ଡକ୍ଟର ବିଜୟ କୁମାର ଭୁୟାଁ, ପ୍ରମୋଦ ପାତ୍ର, ଶଙ୍କର୍ଷଣ ପରିଡ଼ା, ମିନତୀ ମହାପାତ୍ର, ଲଲାଟେନ୍ଦୁ ରଥ, କମଲ କୁମାର ଅଗ୍ରୱାଲା, ବ୍ୟଙ୍ଗକବି ଡକ୍ଟର ଧର୍ମଛଡା, ଦୂତୀ ଚାନ୍ଦ, ସୂଚୀସ୍ମିତା ପଟ୍ଟନାୟକ, ବୈଶାଳୀ ମହାପାତ୍ର, ପ୍ରଦୀପ କୁମାର ବିଶୋୟୀ, ମାନସ ଷଡ଼ଙ୍ଗୀ, କବିତା ମହାରକ, ଗୋପୀନାଥ ପଟ୍ଟନାୟକ, କଲ୍ୟାଣୀ ଦାସ, ଦେବାନନ୍ଦ ବାବୁ, ନମିତା ନନ୍ଦ, ଅର୍ଚ୍ଚନା ନାୟକ, ସର୍ମିଷ୍ଠା ଆରୋରା, ଲୀନାଦାସ, ଶରତ ପଣ୍ଡା, ସଞ୍ଜୟ କୁମାର ସ୍ୱାଇଁ, ପ୍ରଦୀପ କୁମାର ଧଳ, ଲୋପାମୁଦ୍ରା ସିଂ, ଶ୍ରଦ୍ଧା ଗୋଏଲ, ଅଂଶୁ ତ୍ରିପାଠୀ, ବନ୍ଦିତା ମହାନ୍ତ, ବିକାଶ ବେହେରା, ଜାନସି ଶ୍ରୀଚନ୍ଦନ, ଦୀପ୍ତି ରଞ୍ଜନ ପରିଡ଼ା, ସାଗରୀକା ସେନାପତି, ମୌସୁମୀ ମହାନ୍ତି, ମିଥୁନ କୁମାର ଜେନା, ରୋଜାଲିନ୍ ସେନାପତି ଏବଂ ମମତା ବେହେରା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠାନ ପକ୍ଷରୁ ବୀଣା ରାଗିଣୀ ମହାପାତ୍ର, ରୁକସାନା ଶେଖ, ସତ୍ୟମ ମୋଦକ, ରବର୍ଟ ହାଇଫେଲ, ସତ୍ୟବ୍ରତ ପାତ୍ର, ଦିବାକର ଦାସ, ଉଜ୍ଜ୍ୱଳଲା ୟମୟାର, ରୁବି ହାତୀ, ସତ୍ୟମ ପଶାୟତ, ଧୃବ କର, ରାହୁଲ ଚୌରାସିଆ ଏବଂ ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶାର ପିକେ ଉତ୍ତମ କୁମାର ତାଣ୍ଡୀ ଏବଂ କୁନି କଣ୍ଠଶିଳ୍ପୀ ସାନ୍ତନୁ କୁମାର ମହାନ୍ତି । ମଞ୍ଚ ସଞ୍ଚାଳନ କରିଥିଲେ ଅନୀଲ ମଲ୍ଲିକ ।

Leave A Reply

Your email address will not be published.

error: Content is protected !!