ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦ ନେତୃତ୍ୱରେ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବରପାଲି ଏନଏସି ଗାନ୍ଧୀ ଛକଠାରେ ଦରଦାମ ବୃଦ୍ଧି ବିରୋଧରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପର୍ଯ୍ୟବେକ୍ଷକ ଦୁର୍ଗା ପାଢ଼ୀ, ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବନେତା ଅଭିଷେକ ସେଠ୍, ହରଦୀପ ସିଂହ, ପାଣ୍ଡବ କର୍ଣ୍ଣ, ପ୍ରତାପ ଚନ୍ଦ୍ର ନାୟକ, ଶରତ ସାହା, ସରୋଜ ଭୋଇ, ସଦାନନ୍ଦ ମହାନନ୍ଦ, ସଦାନନ୍ଦ ମେହେର, ଗୋପାଳ ଅଗ୍ରଓ୍ୱାଲ, ସୁରେନ୍ଦ୍ର ମେହେର, କୁନୁ ଜାଲ ଓ ଅନେକ କଂଗ୍ରେସ କର୍ମକର୍ତ୍ତାଗଣ ସାମିଲ ହୋଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିରୋଧରେ ସ୍ଲୋଗାନ ଦେଇ ଗାନ୍ଧୀ ଛକଠାରେ ୨୦ ଟଙ୍କାରେ ୧ କିଲୋଗ୍ରାମ ଅଟା ଜନସାଧାରଣଙ୍କୁ ବିକ୍ରି କରିଥିଲେ । ପୁଣିଥରେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଆସିଲେ ଏମିତି ଶସ୍ତାରେ ସାମଗ୍ରୀ ଉପଲବ୍ଧ ହୋଇପାରିବ ବୋଲି ଉକ୍ତ ପ୍ରତିବାଦ ସଭାରେ ବାର୍ତ୍ତା ଦେଇଥିଲେ ।
Next Post