csstore

ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନୁନିଆପାଲି ଗ୍ରାମ ପଞ୍ଚାୟତର ପାଣ୍ଡେସରା ଗ୍ରାମ ଅଙ୍ଗନୱାଡି କେନ୍ଦ୍ରଠାରେ ‘ଆଜାଦୀ କା ଅମୃତ ମହୋତ୍ସବ’ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର କିଶୋରୀମାନଙ୍କୁ ନେଇ ଆୟୋଜିତ ନୃତ୍ୟ ଗୀତ ପ୍ରତିଯୋଗିତାରେ ମୋଟ ୨୩ ଜଣ କିଶୋରୀ ଅଂଶଗ୍ରହଣ କରିଥିଲେ । ନାଏବ ସରପଞ୍ଚ ରଂଜିତ ମିର୍ଧା ଓ ରାଜେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୃତ୍ୟ ଗୀତରେ ଉତ୍ତୀର୍ଣ୍ଣ କିଶୋରୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମର ଅଙ୍ଗନୱାଡି କର୍ମୀ ଗୁପେଶ୍ୱରୀ ପଧାନ, ଦଶମୀ ତାଣ୍ଡି, ଆଶା କର୍ମୀ ଭାନୁମତି ସାହୁ, ନମିତା ପଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ପଲ୍ଲୀ ଆଲୋକ ପାଠାଗାର ନଅଗାଁର ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରଶାନ୍ତ କୁଅଁର ପ୍ରମୁଖ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.