lika

୪ ଗୋଟି ଗୁଡ଼ ସାମରିଟନ ପଲିସିରେ ୫ ଜଣଙ୍କୁ ପୁରସ୍କୃତ

gbag
  • ୪ଟି ଦୁର୍ଘଟଣାରେ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ଅର୍ଥରାଶି ସହ ପ୍ରମାଣ ପତ୍ର ପ୍ରଦାନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର, (ସର୍ଜନ ବାରିକ) : ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣ ମନ୍ତ୍ରୀ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଗୁଡ଼ ସାମରିଟନ ପଲିସି ଅଧୀନରେ ଜିଲ୍ଲାର ୫ ଜଣଙ୍କୁ ପୁରସ୍କୃତ କରିଛନ୍ତି । ସେମାନେ ହେଲେ ସୋନପୁରର ବୁଢାରଜା ଛକର ସାବନ କୁମାର ନାୟକ, ନୂଆପଡା ଭଗବତି ପ୍ଲଟର ରାଜକୁମାର ମେହେର ଓ ଜୟ ଶଙ୍କର ମେହେର, ମଝିପଡାର ସୋମେଶ୍ୱର କବାଟ, ସୋନପୁର ଜନମୁରାର ଭୀମ ମୁନା ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ଓ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି । ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମର୍ଦ୍ଧନା କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୂର୍ଯ୍ୟ ନାରାୟଣ ଦାଶ, ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁର ରବିନ୍ ପଟ୍ଟନାୟକ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶିବାଶିଷ ସାହୁ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.