csstore

ସୋନପୁର କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ହଡପ ଘଟଣାରେ ୪ ବଙ୍ଗୀୟ ଗିରଫ : ୨ ଫେରାର୍‌

ସୋନପୁର, (କେପିଏନ୍‌ଏସ୍‌) : ଗତ ଜୁନ ୭ ତାରିଖରେ ସୋନପୁରସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦା ଶାଖାରୁ ସୋନପୁର କଲେଜର ଆନୁଷ୍ଠାନିକ ଉନ୍ନୟନ ଯୋଜନା (ଆଇଡିପି) ବ୍ୟାଙ୍କ ଆକାଉଣ୍ଟରୁ ଜାଲଚେକ୍‌ ବ୍ୟବହାର କରି ତଥା କଲେଜ ଅଧ୍ୟକ୍ଷଙ୍କ ଦସ୍ତଖତ ଜାଲିଆତି କରି ୭୦ ଲକ୍ଷ ୪୨ ହଜାର ୯ଶହ ଟଙ୍କା ହଡପ ହୋଇଥିଲା । ଏନେଇ ଜୁନ୍‌ ୧୦ ତାରିଖରେ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ର ସୋନପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ଏହି ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି । ଏନେଇ ରବିବାର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସ୍‌ପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.