csstore

ପିଡିଏସ୍‌ ଚାଉଳକୁ ପ୍ଲାଷ୍ଟିକ ଚାଉଳ ଭାବି ଗାଁ ଲୋକେ ଭୟଭୀତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପିଡିଏସ୍‌ ଚାଉଳରେ ପ୍ଲାଷ୍ଟିକ ସଦୃଶ ମୋଟା ଦାନା ସମୁହକୁ ଦେଖି ମେମ୍ବର ସଦସ୍ୟ ସଦସ୍ୟା ସମେତ ପିଡିଏସ୍‌ ହିତାଧିକାରୀ ମାନେ ଭୟଭୀତ ହୋଇ ଅନ୍ୟ ଚାଉଳ ଦେବାକୁ ଅନୁରୋଧ କରିଥିଲେ । ଏନେଇ ଗାଁ ଲୋକେ ହୋ-ହାଲ୍ଲା ହୋଇଥିବାରୁ ‘କୋଶଳ ପ୍ରବାହର’ ସାମ୍‌ମ୍ବାଦିକ ଏନେଇ ସପ୍ଲାଏ ଅଫିସର ସନାତନ ମାଝିଙ୍କୁ ଫୋନ୍ ମାଧ୍ୟମରେ ପଚାରିବାରୁ କହିଥିଲେ ଯେ, ଲୋକଙ୍କୁ ବୁଝାଇ କହନ୍ତୁ ସେଇଟା ଏକ ଭିଟାମିନ ଦିଆଯାଇଛି । ଲୋକମାନେ ରୋଗ ଶୋକରୁ ରକ୍ଷା ନିମନ୍ତେ କ୍ୟୁଣ୍ଟାଳ ଚାଉଳ ପିଛା ଏକ କିଲୋଗ୍ରାମ ମିଠା ଚାଉଳ ଯେଉଁଟା କି ଧଳା ଚାଉଳ ସେଥିରେ ଆଇରନ୍, ଫଲିକ୍ ଏସିଡ୍ ଏବଂ ଭିଟାମିନ୍ ବି ୧୨ ଅଛି ଏବଂ ଏହା ସାରା ଓଡ଼ିଶାରେ ଦିଆଯାଉଛି ଭୟଭୀତ ହେବାର ଦରକାର ନାହିଁ ବୋଲି କହିଥିଲେ ।

jayashree
Leave A Reply

Your email address will not be published.