csstore

ବିଜେପି ଯୁବ ସଂଗଠକ ସୁରଜ କୁମାର ଗୁରୁ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ଦଳର ଜଣେ ପ୍ରଖର ଏବଂ ଟାଣୁଆ ଯୁବ ନେତା ତଥା ପୂର୍ବତନ ମନ୍ତ୍ରୀ ମୁରଲୀ ଗୁରୁଙ୍କ ନାତି ସୁରଜ କୁମାର ଗୁରୁ ବଲାଙ୍ଗିର ବରପାଲିପଡା ବାସିନ୍ଦାଙ୍କ ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ସେ ଦୀର୍ଘଦିନ ହେବ ରୋଗାଗ୍ରସ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁରେ ବିଜେପି ଦଳ ଏକ ଲଢୁଆ ଯୁବନେତା ଏବଂ ସଂଗଠକଙ୍କୁ ହରାଇଥିବା ଦଳର ବରିଷ୍ଠ ନେତା ଓ କର୍ମୀମାନେ ମତ ପ୍ରକାଶ କରିଛନ୍ତି । ତାଙ୍କ ଦେହାନ୍ତ ଖବର ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

jayashree
Leave A Reply

Your email address will not be published.